fbpx

ସ୍ମୁତି ମାନ୍ଧାନା ଧମାକାଦାର ପ୍ରଦର୍ଶନ: ସୁପର ଓଭରରେ ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ, ସିରିଜ ୧-୧ରେ ବରାବର

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ଚାଲିଥିବା ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ଭାରତୀୟ ଦଳ ରୋମାଞ୍ଚକର ବିଜୟ ହାସଲ କରିଛି। ଟସ୍ ଜିତିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଅଷ୍ଟ୍ରେଲିଆକୁ ଆମନ୍ତ୍ରଣ କରିଥିଲା। ଅଷ୍ଟ୍ରେଲିଆର ଓପନର୍ ବେଥ୍ ମୌନିଙ୍କ ୮୨ ଏବଂ ତାହଲିଆ ମ୍ୟାକଗ୍ରାଥଙ୍କ ୭୦ ଅର୍ଦ୍ଧଶତକ ବଳରେ ଭାରତ ଆଗରେ ୧୮୭ ରନର ବିଜୟ ଲକ୍ଷ ଧାର୍ଯ୍ୟ କରିଥିଲା ସଂଗ୍ରହ କରିଥିଲେ।

୧୮୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ଦଂଡାର ଆରମ୍ଭ କରିଥିଲା। ଭାରତ ପାଇଁ ସ୍ମୁତି ମାନ୍ଧାନା ଏବଂ ଶେଫାଳି ବର୍ମା ଧୂଆଁଧାର ଆରମ୍ଭ କରିଥିଲେ। ମାନ୍ଧାନା ୪୯ ବଲରୁ ୭୯ ଏବଂ ଶେଫାଳି ୨୩ ବଲରୁ ୩୪ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ଅନ୍ୟ ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ରନ୍ ବଳରେ ଭାରତ ଅଷ୍ଟ୍ରେଲିଆର ଟାର୍ଗେଟ ୧୮୭ ପାଖରେ ପହଞ୍ଚି ପାରିଥିଲେ ମଧ୍ୟ ବିଜୟ ହାସଲ କରି ପରିନଥିଲା। ଏବଂ ମ୍ୟାଚ ଡ୍ର ହୋଇଯାଇଥିଲା।

ମ୍ୟାଚ୍ ଟାଇ ହେବ ପରେ ସୁପର ଓଭରକୁ ଖେଳ ଯାଇଥିଲା, ତେବେ ଭାରତ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ୨୧ ରନର ଲକ୍ଷ୍ୟ ଦେଇଥିଲା। କିନ୍ତୁ ଅଷ୍ଟ୍ରେଲିଆ ୧୬ ରନରେ ଅଟକି ଯାଇଥିଲା। ସୁପର ଓଭରରେ ଟିମ୍ ଇଣ୍ଡିଆ ମାତ୍ର ୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ଭାରତର ଏହି ଐତିହାସିକ ବିଜୟ ପରେ ସିରିଜ ୧-୧ରେ ସ୍ଥିତିକୁ ଆସିଛି। ସୁପର ଓଭରରେ ମଧ୍ୟ ସ୍ମୁତି ମାନ୍ଧାନାଙ୍କ ବ୍ୟାଟ ଗର୍ଜିଥିଲା। ସେ ମାତ୍ର ୩ଟି ବଲର ସାମ୍ନା କରି ୧୩ ରନ ଦଳ ପାଇଁ ସଂଗ୍ରହ କରିଥିଲେ।

Get real time updates directly on you device, subscribe now.