fbpx

ECHS ପକ୍ଷରୁ ବାହାରିଲା ୧୮୯ଟି ପଦବୀ, ଜାନୁଆରୀ ୯ ତାରିଖ ସୁଦ୍ଧା ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଏକ୍ସ-ସର୍ଭିସମେନ କଣ୍ଟ୍ରିବୁଟୋରୀ ହେଲଥ ସ୍କିମ (ଏଇସିଏଚଏସ), ଦିଲ୍ଲୀ ପକ୍ଷରୁ ଅନେକ ପଦବୀ ପାଇଁ ନୋଟିଫିକେସନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ପିଅନ, ଚୌକିଦାର, ସଫା କର୍ମଚାରୀ ଓ ଅନ୍ୟ ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଆସନ୍ତା ଜାନୁଆରୀ ମାସ ୯ ଆବେଦନର ଅନ୍ତିମ ତାରିଖ ରହିଛି । ୨୦୨୩ ମସିହା ଏପ୍ରିଲ ମାସ ୧ ତାରିଖ ସୁଦ୍ଧା ବୟସସୀମା ଧାର୍ଯ୍ୟ ହେବ । ବିଭିନ୍ନ ପଦବୀ ପାଇଁ ପାଇଁ ସର୍ବାଧିକ ବୟସସୀମା ଅଲଗା ଅଲଗା ରହିଛି । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ଆବେଦନ ଫର୍ମ ଡାଉନ୍ ଲୋଡ୍ କରିପାରିବେ । ଏହାପରେ ଆବଶ୍ୟକ ତଥ୍ୟ ପୂରଣ କରିସାରିବା ପରେ ‘ଓଆଇସି, ଏସଟିଏନ ଏଚକ୍ୟୁ (ଇସିଏଚଏସ ସେଲ), ଦିଲ୍ଲୀ କ୍ୟାଣ୍ଟ‘ ଠିକଣାରେ ପଠାଇବେ ।

ନୋଟିଫିକେସନ ଲିଙ୍କ: https://echs.gov.in/advertisement/RC%20Delhi%20I.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://echs.gov.in/

Get real time updates directly on you device, subscribe now.