fbpx

ସହଜ ହେବ DL-LL ସେବା: ପରିବହନ ବିଭାଗ ଆରମ୍ଭ କରିବ ଆଧାର ଇଣ୍ଟିଗ୍ରେଟେଡ ଫେସଲେସ୍ ସର୍ଭିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ ଓ ଲର୍ଣ୍ଣିଂ ଲାଇସେନ୍ସ (ଏଲଏଲ) ସେବା ପାଇଁ ଆଧାର ଇଣ୍ଟିଗ୍ରେଟଡ୍ ଫେସଲେସ୍ ସେବା ଆରମ୍ଭ ହେବ । ଏହାଦ୍ୱାରା ଆବେଦନକାରୀମାନେ ପୂର୍ବାପେକ୍ଷା ସହଜରେ ଡିଏଲ ପାଇଁ ଆବେଦନ କରିପାରିବେ । ତେବେ ଏହି ସିଷ୍ଟମ ମାଧ୍ୟମରେ ଅନଲାଇନରେ ମେଡିକାଲ ସାର୍ଟିଫିକେଟ ପ୍ରଦାନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ମୋଟର ଯାନ ଅଧିନିୟମ ଅନୁଯାୟୀ, ୪୦ ବର୍ଷରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ମେଡିକାଲ ପ୍ରମାଣପତ୍ର ବାଧ୍ୟତାମୂଳକ ।

ବିଭାଗ ମୁତାବକ, ଡିଏଲ ପ୍ରଦାନ କିମ୍ବା ନବୀକରଣ ପାଇଁ ଆପ୍ଲାଏ କରୁଥିବା ବ୍ୟକ୍ତି ମେଡିକାଲ ସାର୍ଟିଫିକେଟ ମାନୁଆଲ ପଦ୍ଧତି ପରିବର୍ତ୍ତେ ୧(ଏ) ଫର୍ମରେ ଉପସ୍ଥାପିତ କରିପାରିବେ । ଏହାଦ୍ୱାରା ଡିଏଲ ପାଇବାରେ ସହଜ ହୋଇପାରିବ । ଫଳରେ ପୂର୍ବପରି ଅଯଥାରେ ଆଉ ଆରଟିଓ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ରାଜ୍ୟ ସରକାରଙ୍କ ୫ଟି ଉପକ୍ରମ ଅନୁସାରେ ବୈଦ୍ୟୁତିକ ଭାବେ ଫର୍ମ (୧)ରେ ମେଡିକାଲ ସାର୍ଟିଫିକେଟ ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି ।

ଏହି ପୋର୍ଟାଲରେ ପଞ୍ଜିକୃତ ହୋଇଥିବା ଡାକ୍ତରମାନେ ସିଧାସଳଖ ଭାବେ ଡାକ୍ତରୀ ପ୍ରମାଣପତ୍ର ପାଇପାରିବେ । ଏହା ଦ୍ୱାରା ପୂର୍ବାପେକ୍ଷ କମ୍ ସମୟ ଲାଗୁଥିବାରୁ ସହଜରେ ଅଯଥା ସମୟ ଅପଚୟକୁ ଦୂର କରାଯାଇପାରିବ । ଏହି ବ୍ୟବସ୍ଥା ଦ୍ୱାରା ନକଲି ସାର୍ଟିଫିକେଟ ଅପଲୋଡ୍ ଉପରେ ରୋକ ଲାଗିବ । ଆବେଦନକାରୀମାନେ ସ୍ୱଚ୍ଛତାର ସହ ବିନା ସମସ୍ୟାରେ ସିଧାସଳଖ ମେଡିକାଲ ସାର୍ଟିଫିକେଟ ପାଇପାରିବେ । ଏମବିବିଏସ ଡିଗ୍ରୀ ବା ତଦୂର୍ଦ୍ଧ ଡିଗ୍ରୀଧାରୀଙ୍କ ପାଇଁ ପୋର୍ଟାଲରେ ପଞ୍ଜିକରଣ ମାଗଣାରେ ଉପଲବ୍ଧ ହେବ ।

Get real time updates directly on you device, subscribe now.