fbpx

ଭାରତ ପାଇଁ କରୋନା ଚ୍ୟାଲେଞ୍ଜ: ୧୦ଟି ଶକ୍ତିଶାଳୀ ଦେଶରେ ପରିସ୍ଥିତି ଅସମ୍ଭାଳ, ଗୋଟିଏ ସପ୍ତାହରେ ଚାଲିଗଲା ୧୦ ହଜାର ଜୀବନ

ନୂଆଦିଲ୍ଲୀ: ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କନ୍ଦାଇଥିବା କରୋନା ଭାଇରାସ୍ ପୁଣି ଥରେ କଡ଼ ଲେଉଟାଇବାକୁ ଯାଉଛି । ଚୀନ ସମେତ ବିଶ୍ୱର ୮ଟି ଶକ୍ତିଶାଳୀ ଦେଶରେ କରୋନାର କହର ଦେଖିବାକୁ ମିଳିଲାଣି । ଗତ ଏକ ସପ୍ତାହ ମଧ୍ୟରେ ଏହି ଦେଶମାନଙ୍କରେ ୧୦ ହଜାର ଲୋକ ମୃତ୍ୟୁବରଣ କରିବା ସହିତ ୩୬ ଲକ୍ଷ ସଂକ୍ରମିତ ହୋଇଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ସମସ୍ତ ରାଜ୍ୟମାନଙ୍କୁ ଚିଠି ଲେଖି ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୨୨,୫୭୮, ଜାପାନରେ ୭୨,୨୯୭, ଜର୍ମାନୀରେ ୫୫,୦୧୬, ବ୍ରାଜିଲରେ ୨୯,୫୭୯, ଦକ୍ଷିଣ କୋରିଆରେ ୨୬,୬୨୨, ଫ୍ରାନ୍ସରେ ୮,୨୧୩, ତାଇୱାନରେ ୧୦,୩୫୯, ରୁଷରେ ୬,୩୪୧ଟି କେସ୍ ମିଳିଛି । ଗତ ୭ ଦିନ ମଧ୍ୟରେ ୧୦ ହଜାର ଲୋକ ପ୍ରାଣ ହରାଇଛନ୍ତି । ଗତ ୭ ଦିନରେ ସାରା ବିଶ୍ୱରେ ୩୬,୩୨,୧୦୯ ମାମଲା ସାମ୍ନାକୁ ଆସିଛି । ଚୀନ ସହିତ ଆର୍ଜେଣ୍ଟିନା, ବ୍ରାଜିଲ ଓ ଜାପାନରେ ସଂକ୍ରମଣ ଦ୍ରୁତ ଭାବେ ବଢ଼ିବାରେ ଲାଗିଛି ।

ଗତ ୭ ଦିନରେ ଜାପାନରେ ୧୬୭୦, ଆମେରିକାରେ ୧୬୦୭, ଦକ୍ଷିଣ କୋରିଆରେ ୩୩୫, ଫ୍ରାନ୍ସରେ ୭୪୭, ଜର୍ମାନୀରେ ୮୬୮, ହଂକଂରେ ୨୨୬, ତାଇୱାନରେ ୨୦୩, ଇଟାଲିରେ ୩୯୭ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୧୪୦, ଫ୍ରାନ୍ସରେ ୧୭୮, ଜର୍ମାନୀରେ ୧୬୧, ବ୍ରାଜିଲରେ ୧୪୦, ଜାପାନରେ ୧୮୦ ଜଣ ପ୍ରାଣ ହରାଇଛନ୍ତି । ଚୀନରେ କରୋନା ନିୟନ୍ତ୍ରଣ ବାହାରେ ରହିଥିବା ବେଳେ ଅନ୍ୟ ଦେଶମାନଙ୍କରେ ମଧ୍ୟରେ ବିସ୍ଫୋରଣ ଦେଖିବାକୁ ମିଳିଛି । ଚୀନରେ ହସ୍ପିଟାଲରେ ବେଡ୍ ଅଭାବ ଦେଖାଦେଇଥିବା ବେଳେ ଡାକ୍ତର ଓ ନର୍ସଙ୍କ ସଂଖ୍ୟା ମଧ୍ୟ କମିବାରେ ଲାଗିଛି ।

Get real time updates directly on you device, subscribe now.