fbpx

ହ୍ରାସ ପାଇପାରେ ପ୍ରାକୃତିକ ଗ୍ୟାସ୍‌ର ଦାମ୍‌! ଜାଣନ୍ତୁ କ’ଣ ରହିଛି ସରକାରଙ୍କ ଯୋଜନା

ନୂଆଦିଲ୍ଲୀ: ନୂଆ ବର୍ଷରେ ସାଧାରଣ ଜନତାଙ୍କୁ ଖୁସି ଖବର ଦେଇ ପାରନ୍ତି ସରକାର । ଆଗାମୀ ଦିନରେ, ପାଇପ ଗ୍ୟାସର ମୂଲ୍ୟ, ଆପଣଙ୍କ ଘରକୁ ଆସୁଥିବା ସିଏନଜି ମୂଲ୍ୟ ହ୍ରାସ ହୋଇପାରେ । ଜନତାଙ୍କୁ ସୁଲଭ ମୂଲ୍ୟରେ ପ୍ରାକୃତିକ ଗ୍ୟାସ୍ ଉପରେ କ୍ୟାବିନେଟ୍ ନୋଟର ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । ଏହାକୁ ଶୀଘ୍ର ସଂପୃକ୍ତ ମନ୍ତ୍ରଣାଳୟକୁ ପଠାଯିବ ।

ସରକାରଙ୍କ ଏହି ପଦକ୍ଷେପ ସହିତ ସାଧାରଣ ଲୋକ ଖୁବ୍ ଶୀଘ୍ର ଏକ ବଡ଼ ଆଶ୍ୱସ୍ତି ପାଇପାରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁଲଭ ମୂଲ୍ୟରେ ଜନତାଙ୍କୁ ପ୍ରାକୃତିକ ଗ୍ୟାସ ଯୋଗାଇ ଦେବା ପାଇଁ ମୂଲ୍ୟ ହ୍ରାସ କରାଯାଇପାରେ । ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତା ୩-୪ ଦିନ ମଧ୍ୟରେ ଏହା ଉପରେ ଏକ ଡ୍ରାଫ୍ଟ ସଂପୃକ୍ତ ମନ୍ତ୍ରଣାଳୟକୁ ପଠାଯାଇପାରିବ ।

କିରିଟ୍ ପାରିକ୍ କମିଟିର ରିପୋର୍ଟ ଆଧାରରେ ଏହି ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି । କହିରଖୁ ଯେ, ଗତ ମାସରେ କିରିଟ୍ ପାରିକ୍ କମିଟି ଏହାର ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଛି । ଗ୍ୟାସର ସୁଲଭ ମୂଲ୍ୟ ସ୍ଥିର କରିବା ପାଇଁ ସରକାର କିରିଟ ପାରିକଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲେ ଯେଉଁଥିରେ ଗ୍ୟାସ ମୂଲ୍ୟ ୪-୬.୫ /ଡଲାରରେ ରଖିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.