ନୂଆଦିଲ୍ଲୀ: ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଏବଂ ସୁପ୍ରିମକୋର୍ଟ ମଧ୍ୟରେ ବିବାଦ ବଢିଥିବା ଦେଖିବବାକୁ ମିଳିଛି । ଆଇନ୍ ମନ୍ତ୍ରୀ କିରନ ରିଜିଜୁ ପୁଣିଥରେ ବିଚାରପତିଙ୍କ ନିଯୁକ୍ତିକୁ ନେଇ ପଶ୍ନ ଉଠାଇଛନ୍ତି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କି, ‘ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ନଥିବା ନେଇ ତାଙ୍କୁ ଏନେକ ଅଭିଯୋଗ ମିଳିଛି । ବିଚାରପତିଙ୍କ ନିଯୁକ୍ତିରେ ପାରଦର୍ଶିତା ନଥିବା ଏବଂ ସମାଜର ବିଭିନ୍ନ ବର୍ଗଙ୍କୁ ପ୍ରତିନିଧିତ୍ୱ ମିଳୁ ନଥିବା ଲୋକମାନେ ଅଭିଯୋଗ କରିଥିବା ସେ କହିଛନ୍ତି ।’
ତେଣୁ ସରକାର କ୍ରମାଗତ ଭାବରେ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟାରେ ଉନ୍ନତି ଆଣିବା ଉଚିତ୍ ବୋଲି ଲୋକେ ଚାହୁଁଛନ୍ତି। ସେ କହିଛନ୍ତି ଯେ ଆମେ ଏ ବାବଦରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ନିକଟରେ ପ୍ରସ୍ତାବ ରଖିଛୁ । କେବଳ ଏତିକି ନୁହେଁ, ଏହି ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ସମ୍ବିଧାନର ୯୯ ତମ ସଂଶୋଧନ କେବଳ କରାଯାଇଥିଲା ଏବଂ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତ କମିଶନ ଅଣାଯାଇଥିଲା, ଯାହାକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ ।
ଏହି ଆବେଦନର ଶୁଣାଣି ବେଳେ କୋର୍ଟ ଜୁଡିସିଆଲ୍ ନିଯୁକ୍ତି ଆୟୋଗକୁ ଅସାମ୍ବିଧାନିକ ଘୋଷଣା କରିଛନ୍ତି । ଏହା ସହିତ କୋର୍ଟ ଘୋଷଣା କରିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଜୁଡିସିଆଲ୍ ନିଯୁକ୍ତି କମିଶନ ପରିବର୍ତ୍ତେ କଲେଜିୟମ ବ୍ୟବସ୍ଥା ଜାରି ରହିବ । କେବଳ ଏତିକି ନୁହେଁ, ବିଚାରପତିଙ୍କ ନିଯୁକ୍ତି ସମ୍ପର୍କିତ ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଆଇନ ମନ୍ତ୍ରୀ କହିଛନ୍ତି ଯେ ଦେଶର ହାଇକୋର୍ଟରୁ ୧୫୪ ଜଣ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ ଗ୍ରହଣ କରାଯାଇଛି । ଏହା ଉପରେ କାର୍ଯ୍ୟ ଚାଲିଛି । ତେବେ ୧୭୯ ଜଣ ବିଚାରପତିଙ୍କ ଖାଲି ପଦବୀରେ ନିଯୁକ୍ତି ପାଇଁ ହାଇକୋର୍ଟରୁ ସୁପାରିଶ ଏପର୍ଯ୍ୟନ୍ତ ଆସିନାହିଁ ।