fbpx

Mahanadi Coalfields Limited ପକ୍ଷରୁ ବାହାରିଲା ୨୯୫ଟି ପଦବୀ: ସମ୍ପୂର୍ଣ୍ଣ ସୂଚନା ପାଇଁ ଲିଙ୍କ ଫଲୋ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ମହାନଦୀ କୋଲଫିଲ୍ଡସ ଲିମିଟେଡ ପକ୍ଷରୁ ୨୯୫ଟି ପଦବୀ ନିମନ୍ତେ ବିଜ୍ଞାପନ ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ମାଇନିଂ ସିର୍ଦାର, ଜୁନିୟର ଓଭରମ୍ୟାନ ଓ ସର୍ଭେୟର ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଜାନୁଆରୀ ମାସ ୩ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ୨୩ରେ ସମାପ୍ତ ହେବ । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ସମ୍ପର୍କିତ ସୂଚନା ପରବର୍ତ୍ତୀ ସମୟରେ ୱେବସାଇଟ ମାଧ୍ୟମରେ ପ୍ରଦାନ କରାଯିବ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ପ୍ରାର୍ଥୀମାନେ ୧୦୦୦ ଟଙ୍କା ସହିତ ୧୮୦ ଟଙ୍କାର ଜିଏସଟି ପ୍ରଦାନ କରିବେ । ଅପରପେକ୍ଷ ଏସସି / ଏସଟି / ପିଡବ୍ଲ୍ୟୁବିଡି / ଇଏସଏମ / ମହିଳା / ଏମସିଏଲର ପ୍ରାର୍ଥୀଙ୍କୁ ଫିସ୍ ସମ୍ପୂର୍ଣ୍ଣ ଭାବେ ଛାଡ଼ କରାଯାଇଛି ।

ପ୍ରାର୍ଥୀଙ୍କର ବୟସ ୨୦୨୩ ମସିହା ଜାନୁଅରୀ ମାସ ୨୩ ତାରିଖ ସୁଦ୍ଧା ସର୍ବନିମ୍ନ ୧୮ ବର୍ଷ ଓ ସର୍ବାଧିକ ୩୦ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ସମସ୍ତ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି ।

ଅନଲାଇନ ଆବେଦନ ଲିଙ୍କ: Available on 03.01.2023

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-MCL-Mining-Sirdar-Junior-Overman-Post.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.mahanadicoal.in/Welcome.php

Get real time updates directly on you device, subscribe now.