fbpx

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଗ୍ରାଣ୍ଟ୍ ଏନ୍ ଏଡ୍ ଶିକ୍ଷକଙ୍କୁ ୭ମ ବେତନ କମିଶନ ଆଧାରରେ ମିଳିବ ଦରମା

ଭୁବନେଶ୍ୱର: ନୂତନ ସହାୟତା ପ୍ରାପ୍ତ ଅଣ-ସରକାରୀ ଉଚ୍ଚ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ(ମ.ଇ) ବିଦ୍ୟାଳୟ ଏବଂ ମାଦ୍ରାସାର ଯୋଗ୍ୟ କର୍ମଚାରୀଙ୍କ ପାଇଁ ବଡ଼ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୨୦୧୭ରେ ନିଯୁକ୍ତ ଏହି ଶିକ୍ଷକମାନଙ୍କୁ ସପ୍ତମ ବେତନ ଆଧାରରେ ଦରମା ଦେବାକୁ ନିଷ୍ପତି ନେଇଛନ୍ତି ।

ରାଜ୍ୟ ସରକାରୀ ଅନୁଦାନର ସହାୟତା, ଓଡ଼ିଶା ସଂଶୋଧିତ ବେତନ ନିୟମ, ୨୦୧୭ (ସପ୍ତମ ବେତନ) ଆଧାରରେ ଏହି ଦରମା ପ୍ରଦାନ କରିବାକୁ କ୍ୟାବିନେଟ ବୈଠକରେ ନିଷ୍ପତି ହୋଇଛି । ଏହା ଦ୍ୱାରା ପ୍ରାୟ ୨୬,୧୬୪ ଶିକ୍ଷକ ଏବଂ ଅଣ-ଶିକ୍ଷକ କର୍ମଚାରୀ ଯେଉଁମାନଙ୍କୁ ୨୦୨୧ ଡିସେମ୍ବର ଶେଷ ସୁଦ୍ଧା ଶତ ପ୍ରତିଶତ ଅନୁଦାନ ମିଳୁଛି ସେମାନେ ଉପକୃତ ହେବେ । ତେବେ ଏ ବାବଦକୁ ବାର୍ଷିକ ୨୮୦.୪୮ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅବଶ୍ୟକ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।

ଏହା ସହିତ ରାଜ୍ୟ କ୍ୟାବିନେଟରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି। ଆଗକୁ ରାଜ୍ୟରେ ହକି ବିଶ୍ୱକପ ଅନୁଷ୍ଠିତ ହେଉଥିବା ବେଳେ ଭୁବନେଶ୍ୱରରୁ ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକକୁ ବିମାନ ସେବାକୁ କାର୍ଯ୍ୟକାରୀ କରାଯିବ। ଅନ୍ୟପଟେ ଏମଏସଏମଇ ପାଇଁ ନୂଆ ନୀତିକୁ ଅନୁମୋଦନ ଦେଇଛି କ୍ୟାବିନେଟ୍। ତେବେ କୃଷିରେ ମହିଳାଙ୍କୁ ସ୍ୱାବଲମ୍ବୀ କରାଇବାକୁ ପାଣ୍ଠି ବ୍ୟବସ୍ଥା ପାଇଁ ମଧ୍ୟ ନିଷ୍ପତି ହୋଇଛି ଏବଂ ମହିଳା SHGଙ୍କୁ କୃଷି ଉଦ୍ୟୋଗୀକରଣ ପାଇଁ ପ୍ରୋତ୍ସାହନ ରାଶି ଦେବାକୁ ମଧ୍ୟ କ୍ୟାବିନେଟ ନିଷ୍ପତି ନେଇଛି।

Get real time updates directly on you device, subscribe now.