fbpx

ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ, ବଦଳିଲେ ୧୧ ଜିଲ୍ଲାର SP

ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର । ତିନି ଆଇପିଏସ୍ ଅଧିକାରୀଙ୍କୁ ଡିଆଇଜି ଏବଂ ସିନିୟର ଆଇପିଏସ୍ ଅଧିକାରୀ ଜୟ ନାରାୟଣ ପଙ୍କଜଙ୍କୁ ଅଇଜି ର‌୍ୟାଙ୍କ୍‌କୁ ପୋନ୍ନତି କରିବା ପରେ ଏହି ଅଦଳବଦଳ ହୋଇଛି । ପଦୋନ୍ନତି ପରେ ଅଖିଳେଶ୍ୱର ସିଂହ ଏସ୍‌ଏପି ଡିଅଇଜି ନିଯୁକ୍ତ ହୋଇଛନ୍ତି । ବ୍ରିଜେଶ କୁମାର ରାୟ ଅନୁଗୁଳ ରେଂଜ ଡିଆଇଜି ଏବଂ ଚରଣ ସିଂ ମିନା ହେଲେ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ନିଯୁକ୍ତି ପାଇଛନ୍ତି । ଏହା ସହିତ ୧୧ ଜିଲ୍ଲାର ଆରକ୍ଷୀ ଅଧ୍ୟକ୍ଷ ମଧ୍ୟ ଅଦଳବଦଳ ହୋଇଛନ୍ତି ।

ସୁଧାଂଶୁ ଶେଖର ମିଶ୍ର ଅନୁଗୁଳ ଏସ୍‌ପି, ରାହୁଲ ପି.ଆର୍ ହେଲେ ଜଗତସିଂହପୁର ଏସ୍‌ପି, ଜଗମୋହନ ମିନା ହେଲେ ଗଂଜାମ ଏସ୍‌ପି, ଏଲ୍‌. ଦିବ୍ୟା ହେଲେ ଭିଜିଲାନ୍ସ ଏସ୍‌ପି, ପ୍ରତ୍ୟୁଷ ଦିବାକର ହେଲେ ସୁନ୍ଦରଗଡ଼ ଏସ୍‌ପି, ବିନିତ ଅଗ୍ରୱାଲ ହେଲେ ଯାଜପୁର ଏସ୍‌ପି, ବରୁଣ ଗୁଣ୍ଟୁପାଲି ହେଲେ ଭଦ୍ରକ ଏସ୍‌ପି, ସାଗରିକା ନାଥ ହେଲେ ବାଲେଶ୍ୱର ଏସ୍‌ପି,-ଗୁଣ୍ଡଲା ରେଡ୍ଡୀ ହେଲେ ନୂଆପଡ଼ା ଏସ୍‌ପି, ଶୁଭେନ୍ଦୁ ପାତ୍ର ହେଲେ କନ୍ଧମାଳ ଏସ୍‌ପି, ଅଭିନବ ସୋନକାର ହେଲେ କୋରାପୁଟ ଏସ୍‌ପି, ଜ୍ଞାନରଂଜନ ମହାପାତ୍ର ହେଲେ ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ପାଇଛନ୍ତି ।

Get real time updates directly on you device, subscribe now.