fbpx

ବଢ଼ିଲା ଠିକା କର୍ମଚାରୀଙ୍କ ଦରମା: ଦୁଇଗୁଣା ହେଲା ପାଉଣା

ଭୁବନେଶ୍ୱର: ରାଜ୍ୟରେ ସରକାରୀ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ଗୁଡ଼ିକରେ କାର୍ଯ୍ୟରତ ଠିକା ଡାକ୍ତର ଅଧ୍ୟାପକମାନଙ୍କର ଦରମା ସରକାର ବୃଦ୍ଧି କରିଛନ୍ତି । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଫେସରମାନେ ୧ଲକ୍ଷ ୨୫ହଜାର ଟଙ୍କା ମାସିକ ଦରମା ପାଉଥିବାବେଳେ ନୂଆ ବିଜ୍ଞପ୍ତି ଅନୁଯାୟୀ ଏହାକୁ ୨ଲକ୍ଷ ୩୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ଆସୋସିଏଟ ପ୍ରଫେସରମାନେ ମାସିକ ୧ଲକ୍ଷ ଟଙ୍କା ପାଉଥିବାବେଳେ ତାହା ୨ଲକ୍ଷକୁ ବୃଦ୍ଧି କରାଯାଇଛି । ଆସିଷ୍ଟାଣ୍ଟ ପ୍ରଫେସରମାନେ ମାସିକ ୭୫ହଜାର ଟଙ୍କା ପାଉଥିବାବେଳେ ଏହାକୁ ୧ଲକ୍ଷ ୨୦ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ।

Get real time updates directly on you device, subscribe now.