fbpx

Central Silk Board ପକ୍ଷରୁ ନିଯୁକ୍ତି ସୁଯୋଗ: କ୍ଲର୍କ, ଷ୍ଟେନୋ, ରୋଷେୟା, ଟ୍ରାନ୍ସଲେଟର ପଦବୀ ଖାଲି

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର । ସେଣ୍ଟ୍ରାଲ ସିଲକ ବୋର୍ଡ ପକ୍ଷରୁ ୧୪୨ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ଡାଇରେକ୍ଟର, ଅପର ଡିଭିଜନ କ୍ଲର୍କ, ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ଟ, କମ୍ପ୍ୟୁଟର ପ୍ରୋଗ୍ରାମର, ଜୁନିୟର ଇଞ୍ଜିନିୟର, ଜୁନିୟର ଟ୍ରାନ୍ସଲେଟର, ଷ୍ଟେନୋଗ୍ରାଫର ଗ୍ରେଡ-୧୧, ଫିଲ୍ମ ଆସିଷ୍ଟାଣ୍ଟ, କୁକ ଆଦି ଗ୍ରୁପ-ଏ, ଗ୍ରୁପ-ବି ଓ ଗ୍ରୁପ-ସି ପଦରେ ନିଯୁକ୍ତି ମିଳିବ ।

ଡିସେମ୍ବର ମାସ ୨୪ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀ ମାସ ୧୬ ତାରିଖରେ ସମାପ୍ତ ହେବ । ବିଭିନ୍ନ ପଦ ପାଇଁ ବୟସ ଯୋଗ୍ୟତା ଭିନ୍ନ ଭିନ୍ନ ରହିଛି । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ସେହିପରି ବିଭିନ୍ନ ପୋଷ୍ଟ ପାଇଁ ପଦ ସଂଖ୍ୟା ମଧ୍ୟ ଅଲଗା ଅଲଗା ରହିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ୱେବସାଇଟ୍ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇ ପାରିବେ ।

ଅନଲାଇନ୍ ରେଜିଷ୍ଟ୍ରେସନ ଲିଙ୍କ: https://ibpsonline.ibps.in/csboct22/basic_details.php

ଲଗ୍ ଇନ୍ ଲିଙ୍କ: https://ibpsonline.ibps.in/csboct22/

ନୋଟିଫିକେସନ ଲିଙ୍କ: https://csb.gov.in/

ଅଫିସିଆଲ ୱେବସାଇଟ୍ ଲିଙ୍କ: https://csb.gov.in/

Get real time updates directly on you device, subscribe now.