fbpx

ସ୍କୁଲରେ ‘Sir’ କି ‘Madam’ ନୁହେଁ, ‘Teacher’ ଶବ୍ଦର ପ୍ରୟୋଗ କରାଯିବ, ନୂଆ ନିୟମକୁ ନେଇ ଚାରିଆଡ଼େ ଖୁବ୍ ଚର୍ଚ୍ଚା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟର ସ୍କୁଲମାନଙ୍କରେ ଅନେକ ସମୟରେ ନୂଆ ନୂଆ ନିୟମ ଲାଗୁ ହୋଇଥାଏ । ତେବେ ବେଳେବେଳେ ସ୍କୁଲମାନଙ୍କରେ ଲାଗୁ ହେଉଥିବା ନିୟମକୁ ନେଇ ବହୁତ ଚର୍ଚ୍ଚା ହୋଇଥାଏ । ନିକଟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ତେବେ ସ୍କୁଲରେ ଏଣିକି ‘ସାର’ ବା ‘ମ୍ୟାଡାମ’ ଶବ୍ଦର ବ୍ୟବହାର ଆଉ ହେବ ନାହିଁ । ଏଥିପାଇଁ ଏକ ନୂଆ ଶବ୍ଦର ବ୍ୟବହାର କରିବାକୁ କୁହାଯାଇଛି ।

ସୂଚନା ମୁତାବକ, କେରଳରେ ଏପରି ନିୟମ ଲାଗୁ ହୋଇଛି । ସ୍କୁଲ ମାନଙ୍କରେ ‘ସାର’ କି ‘ମ୍ୟାଡାମ’ ବଦଳରେ ଏଣିକି ‘ଟିଚର’ ଶବ୍ଦର ପ୍ରୟୋଗ କରାଯିବ । ଏନେଇ କେରଳ ରାଜ୍ୟ ବାଳ ଅଧିକାର ସଂରକ୍ଷଣ ଆୟୋଗ (କେଏସସିପିସିଆର) ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆୟୋଗଙ୍କ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ସ୍କୁଲର ଶିକ୍ଷକଙ୍କୁ ‘ସାର’ କି ‘ମ୍ୟାଡାମ’ ବଦଳରେ ‘ଟିଚର’ ଭାବେ ସମ୍ବୋଧିତ କରାଯିବ ।

ଆୟୋଗଙ୍କ ମତରେ, ଏହି ନିୟମ ଲାଗୁ ହେବା ଫଳରେ ସମସ୍ତେ ‘ସାର’ ଓ ‘ମ୍ୟାଡାମ’ ପରି ଶବ୍ଦର ପ୍ରୟୋଗ କରିବାକୁ ବର୍ତ୍ତିପାରିବେ । ତେଣୁ ରାଜ୍ୟର ସମସ୍ତ ସ୍କୁଲମାନଙ୍କରେ ‘ଟିଚର’ ଶବ୍ଦ ବ୍ୟବହାର କରିବାକୁ ଶିକ୍ଷା ବିଭାଗକୁ କୁହାଯାଇଛି । ସ୍କୁଲରେ ‘ଟିଚର’ ଶବ୍ଦର ବ୍ୟବହାର କରିବା ଫଳରେ ସମସ୍ତ ସ୍କୁଲ ପିଲାଙ୍କ ମଧ୍ୟରେ ସମାନତା ବଜାୟ ରହିବ । ଏଥିସହିତ ପିଲାମାନେ ସେମାନଙ୍କ ଶିକ୍ଷକଙ୍କର ଅଧିକ ନିକଟତର ହୋଇ ପାରିବେ । ତେବେ ଆସନ୍ତା ଦୁଇ ମାସ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ଆୟୋଗ କହିଛନ୍ତି ।

Get real time updates directly on you device, subscribe now.