fbpx

ହକି ବିଶ୍ୱକପ୍‌: ଚିଲି ବିପକ୍ଷରେ ୩-୧ଗୋଲ୍‌ରେ ଜିତିଲା ନ୍ୟୁଜିଲ୍ୟାଣ୍ଡ

ସୁନ୍ଦରଗଡ଼: ପୁରୁଷ ହକି ବିଶ୍ୱକପ ୨୦୨୩ର ପଞ୍ଚମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ନ୍ୟୁଜିଲ୍ୟାଣ୍ଡ। ପ୍ରଥମ ଥର ବିଶ୍ୱକପ ଖେଳୁଥିବା ଚିଲି ଅଭିଜ୍ଞ ନ୍ୟୁଜିଲ୍ୟାଣ୍ଡର ଆଗରେ ହାର ମାନିଛି। ଆରମ୍ଭରୁ ନୁଜିଲ୍ୟାଣ୍ଡ ଆକ୍ରାତ୍ମକ ଖେଳ ଖେଳିଥିଲା। କିନ୍ତୁ ଚିଲି ଦଳ ଦୃଢ଼ତାର ସହିତ ଲଢେଇ କରିଥିଲା।

ନ୍ୟୁଜିଲ୍ୟାଣ୍ଡ ପ୍ରଥମ କ୍ୱାଟରରେ ଦୁଇଟି ଗୋଲ୍ ସ୍କୋର କରି ଆଗୁଆ ରହିଥିଲା। ଯାହା ଫିଲ୍ଡ ଗୋଲ୍ ରୂପେ ଆସିଥିଲା। ସାମ୍ ଲିନା ଏବଂ ସାମ ହିହା ଏହି ଦୁଇଟି ଗୋଲ୍ କରିଥିଲେ । ତେବେ ପ୍ରଥମ କ୍ୱାଟରରେ ଚିଲିକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲେ ମଧ୍ୟ ଏହି ସୁଯୋଗକୁ ହାତ ଛଡ଼ା କରିଥିଲା ଚିଲି। ଏହାପରେ ନ୍ୟୁଜିଲ୍ୟାଣ୍ଡକୁ ମଧ୍ୟ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା, କିନ୍ତୁ ଚିଲି ଏହାକୁ ରୋକିବାରେ ସଫଳ ହୋଇଥିଲା ।

ଦ୍ୱିତୀୟ କ୍ୱାଟରର ୧୯ ତମ ମିନିଟ୍‌ରେ ନ୍ୟୁଜିଲ୍ୟାଣ୍ଡ ଆଉ ଏକ ଗୋଲ୍ ସ୍କୋର କରି ୩-୦ ଗୋଲ୍‌ରେ ଆଗୁଆ ରହିଥିଲା। ତେବେ ଶେଷ କ୍ୱାଟରର ୫୦ ତମ ମିନିଟ୍‌ରେ ଚିଲି ଏକମାତ୍ର ଗୋଲ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପାଇଁ ଇଗ୍ନାସିଓ କୋଣ୍ଟାର୍ଡୋ ଏହି ଗୋଲ୍ କରିଥିଲେ।

Get real time updates directly on you device, subscribe now.