fbpx

‘ଚୀନ୍ ଏବଂ ପାକିସ୍ତାନ ପ୍ରତି ଭାରତର ଜବାବି ପ୍ରତିକ୍ରିୟା ଦର୍ଶାଏ କି ଭାରତ କାହାର ଚାପରେ ନଇଁଯିବ ନାହିଁ’: ଏସ୍‌. ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଶନିବାର କହିଛନ୍ତି ଯେ ପାକିସ୍ତାନରୁ ଉତ୍ପନ୍ନ ଆତଙ୍କବାଦ ଏବଂ ଚୀନ୍ ସହ ଆକ୍ରମଣାତ୍ମକ ସୀମା ବିବାଦକୁ ନେଇ ଭାରତ ଏହାର ଦୃଢ଼ତା ବଜାୟ ରଖିଛି । ଯାହା ଦର୍ଶାଇଛି ଯେ ଭାରତ କାହାର ଚାପରେ ପଡ଼ିବ ନାହିଁ । ଏହାର ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦେଶ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବ ବୋଲି ସେ କହିଛନ୍ତି । ୨୦୧୯ ଘଟଣା ବିଷୟରେ ଜୟଶଙ୍କର କହିଛନ୍ତି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଜବାବରେ ବାୟୁସେନା ଦ୍ୱାରା ବାଲାକୋଟ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ବହୁ ଆବଶ୍ୟକୀୟ ବାର୍ତ୍ତା ଦିଆଯାଇଛି ।

ଶନିବାର ସନ୍ଧ୍ୟାରେ ତାମିଲ ସାପ୍ତାହିକ ‘ଥଗ୍ଲାକ୍‌’ର ୫୩ ତମ ବାର୍ଷିକୀକୁ ସମ୍ବୋଧିତ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଆଜି ଉତ୍ତର ସୀମାରେ ବଡ଼ ଧରଣର ସୈନ୍ୟବାହିନୀ ଆଣି ଆମର ସୀମା ଉଲ୍ଲଂଘନ କରି ସ୍ଥିତି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି । କରୋନା ମହାମରୀ ସତ୍ୱେ ଆମର ପ୍ରତିକ୍ରିୟା ଦୃଢ଼ ଏବଂ ସ୍ଥିର ଥିଲା ।

ସେ କହିଛନ୍ତି, ‘ଜାତୀୟ ସମୃଦ୍ଧିର ଅନେକ ଦିଗ ରହିଛି ଏବଂ ନିଃସନ୍ଦେହରେ ଜାତୀୟ ସୁରକ୍ଷା ହେଉଛି ଆମ ପାଇଁ ପ୍ରାଥମିକତା ଅଟେ । ବାଲାକୋଟ ଏୟାର ଷ୍ଟ୍ରାଇକ୍ ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଭାରତ ଦୁନିଆକୁ ଦେଇଛି । ଏହା ସହିତ ଜୟଶଙ୍କର କହିଛନ୍ତି ଯେ ଭାରତ ଏପରି ଏକ ଦେଶ ଯିଏ କାହାର ଚାପର ସମ୍ମୁଖୀନ ହେବ ନାହିଁ ଏବଂ ଏହାର ସୁରକ୍ଷା ନିଶ୍ଚିତ କରିବାକୁ ସବୁକିଛି କରିବ।’

Get real time updates directly on you device, subscribe now.