fbpx

ବେସରକାରୀ କଲେଜ ଗ୍ରାଣ୍ଟ ଇନ୍‌-ଏଡ୍ ବୃଦ୍ଧିକୁ ୬୬୨ ବର୍ଗ ପକ୍ଷରୁ ବିରୋଧ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସରକାରଙ୍କ ପକ୍ଷରୁ ବେସରକାରୀ କଲେଜ ଗ୍ରାଣ୍ଟ୍ ଇନ୍‌ଏଡ୍ ବୃଦ୍ଧିକୁ ୬୬୨ ବର୍ଗ ପକ୍ଷରୁ ବିରୋଧ କରାଯାଇଛି। ସଂଘ ସଭାପତି ଗୋଲକ ନାୟକ ଏହି ନିଷ୍ପତିକୁ ବିରୋଧ କରି କହିଛନ୍ତି ଯେ ଏହାର ପ୍ରତିବାଦରେ ଆସନ୍ତା ଫେବ୍ରୁଆରୀ ୩ରେ ମହାସମାବେଶ କରିବୁ । ସେ ଆହୁରି କହିଛନ୍ତି ଯେ +୨ ଓ +୩ ପରୀକ୍ଷାରେ ଅସହଯୋଗ ଓ ଖାତା ମୂଲ୍ୟାୟନ ବର୍ଜନ କରାଯିବ। ସେହିପରି କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗତକାଲି ରାଜ୍ୟ କ୍ୟାବିନେଟ୍‍ ୧୨ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଥିବା ଜଣାପଡ଼ିଛି। ଏଥିରେ ଅନୁଦାନ ପ୍ରାପ୍ତ ସରକାରୀ କଲେଜରେ ଗ୍ରାଣ୍ଟ ଇନ୍‍ ଏଡ୍‍କୁ ବୃଦ୍ଧି କରାଯାଇଛି। ଏ ସମ୍ପର୍କରେ ସୂଚନା ଦେଇ ଉନ୍ନୟନ କମିଶନର ପ୍ରଦୀପ ଜେନା କହିଛନ୍ତି, ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ୨୦୧୭କୁ ପିଛିଲା ଭାବେ ୨୦୨୨ଠାରୁ ଲାଗୁ କରାଯିବ। ଏହାଦ୍ୱାରା ୧୫ ହଜାର ୭୭୧ ଜଣ ଶିକ୍ଷକ ଓ ଅଣଶିକ୍ଷକ ଉପକୃତ ହେବେ। ଏଥିପାଇଁ ସରକାର ବାର୍ଷିକ ଅତିରିକ୍ତ ୨୯୦ କୋଟି ଟଙ୍କା ବ୍ୟୟ କରିବେ।

Get real time updates directly on you device, subscribe now.