fbpx

ସ୍ୱାମୀଙ୍କ ମୃତ୍ୟୁ ପରେ ଧର୍ମ ପରିବର୍ତ୍ତନ କଲେ ମହିଳା: ଝିଅଙ୍କର ସମ୍ପତ୍ତିରେ ଅଧିକାର ନାହିଁ, ପୁଅଙ୍କର ଅଛି, କୋର୍ଟଙ୍କ ରାୟ

ନୂଆଦିଲ୍ଲୀ: ଆମ ସମାଜରେ ଜାତିପ୍ରଥା, ପରିବାର, ଉତ୍ତରାଧିକାରକୁ ନେଇ ଅନେକ ସମୟରେ ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ । ତେବେ ଏପରି ଏକ ମାମଲରେ ଅଦାଲତ ଜଣେ ମୁସଲିମ ମାଆଙ୍କ ସମ୍ପତ୍ତିକୁ ହିନ୍ଦୁ କନ୍ୟାଙ୍କୁ ଦେବା ନେଇ ଅଗ୍ରାହ୍ୟ କରିଦେଇଛନ୍ତି । ମହିଳାଙ୍କ ଝିଅମାନେ ଉତ୍ତରାଧିକାର ସୂତ୍ରରେ ସମ୍ପତ୍ତି ପାଇବା ନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର ସେମାନଙ୍କୁ ଏ କ୍ଷେତ୍ରରେ ନିରାଶ ହେବାକୁ ପଡ଼ିଥିଲା ।

ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଅନୁକମ୍ପା ଆଧାରରେ ଚାକିରି ପାଇଥିଲେ । ତେଣୁ ଅବସର ପରେ ବେନିଫିଟ ଉପରେ ତାଙ୍କର ଅଧିକାର ରହିବା ସ୍ୱାଭାବିକ । ଏହି ମାମଲାରେ ମୁସଲିମ ମହିଳାଙ୍କ ସମ୍ପତ୍ତିରେ ତାଙ୍କର ପୁଅର ଅଧିକାର ରହିଥିବା କୋର୍ଟ ଶୁଣାଣି କରିଥିଲେ । ବାସ୍ତବରେ, ହିନ୍ଦୁ ଉତ୍ତରାଧିକାର ଅଧିନିୟମ ଓ ମୁସଲିମ ଆଇନରେ ଝିଅମାନଙ୍କୁ ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯାଇଥାଏ । ମାତ୍ର ଏଥିପାଇଁ ଅଲଗା ଅଲଗା ସର୍ତ୍ତ ରହିଛି ।

ସୂଚନା ମୁତାବକ, ଜଣେ ମହିଳାଙ୍କ ସ୍ୱାମୀ ପବ୍ଲିକ ସେକ୍ଟରରେ କାମ କରୁଥିଲେ । ସ୍ୱାମୀଙ୍କ ମୃତ୍ୟୁ ବେଳକୁ ମହିଳା ଗର୍ଭବତୀ ଥିବା ସହ ତାଙ୍କର ୨ ଜଣ ଝିଅ ଥିଲେ । ମହିଳାଙ୍କୁ ଅନୁକମ୍ପା ଆଧାରରେ ଚାକିରି ମିଳିଯାଇଥିଲା । ଏହାପରେ ସେ ଘର ଛାଡ଼ି ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ଜଣେ ମୁସଲିମ ଯୁବକଙ୍କୁ ବିବାହ କରିଥିଲେ । ଦ୍ୱିତୀୟ ସ୍ୱୀମୀଙ୍କ ଔରଷରୁ ମହିଳାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା । ସର୍ଭିସ ବୁକରେ ମହିଳା ପୁଅକୁ ନୋମିନି ରଖିଥିଲେ ।

ତେବେ ପରବର୍ତ୍ତୀ ସମୟରେ ୨୦୦୯ରେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ମହିଳାଙ୍କର ସର୍ଭିସର ଅବସର ବେନିଫିଟ ପାଇବା ପାଇଁ ଝିଅମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ମହିଳାଙ୍କ ପୁଅକୁ କାହିଁକି ଉତ୍ତରାଧିକାରୀ ଭାବେ ଗ୍ରହଣ କରାଯିବ ସେନେଇ ଚ୍ୟାଲେଞ୍ଜ କରିଥିଲେ । ତେବେ ମୁସଲିମଙ୍କ ପ୍ରଥମ ଶ୍ରେଣୀ ଉତ୍ତରାଧିକାରୀ ଅଣମୁସଲିମମାନେ ହୋଇ ପାରିବେ ନାହିଁ । ହିନ୍ଦୁ ଉତ୍ତରାଧିକାରୀ ଆଇନ ମୁତାବକ, ମୁସଲିମ ବାପା / ମାଆଙ୍କର ସମ୍ପତ୍ତି ଉପରେ ହିନ୍ଦୁ ଉତ୍ତରାଧିକାରୀମାନେ ଅଧିକାର ସାବ୍ୟସ୍ତ କରିପାରିବେ ନାହିଁ ।

ହିନ୍ଦୁ ଉତ୍ତରାଧିକାର ଅଧିନିୟମ ୧୯୫୬ ସେକ୍ସନ ୧୪ରେ ମହିଳାଙ୍କୁ ଏହି ଅଧିକାର ଦିଆଯାଇଛି । ଏହାଦ୍ୱାରା ପିତାଙ୍କ ସମ୍ପତିରେ ଝିଅ ଓ ପୁଅଙ୍କୁ ସମାନ ଅଧିକାର ଦିଆଯାଇଛି । ୨୦୦୫ରେ ଏହି ଅଧିନିୟମର ସେକ୍ସନ ୬ରେ ସଂଶୋଧନ କରାଯାଇଥିଲା । ଝିଅ ଓ ସ୍ତ୍ରୀଙ୍କୁ ପୁଅଙ୍କ ବରାବର ଅଧିକାର ମିଳିବ ବୋଲି କୁହାଯାଇଥିଲା । ମାତ୍ର ଏକ ଖାସ ସର୍ତ୍ତ ରହିଥିଲା ଯେ, ଯଦି ଉତ୍ତରାଧିକାରୀ ହିନ୍ଦୁ, ବୌଦ୍ଧ, ଜୈନ ଧର୍ମକୁ ଛାଡ଼ି ଅନ୍ୟ କୌଣସି ଧର୍ମ ଗ୍ରହଣ କରନ୍ତି ତେବେ ତାଙ୍କର ସମ୍ପତ୍ତିରେ ଅଧିକାର ରହିବ ନାହିଁ । ତେବେ ମୁସଲିମ ଆଇନ ମୁତାବକ, ଉତ୍ତରାଧିକାରୀ ପୁଅର ଭାଗ ଦୁଇଗୁଣ ଓ ଝିଅର ଭାଗ ୧ ଗୁଣ ହୋଇଥାଏ । ଯଦି ଜଣେ ବ୍ୟକ୍ତିଙ୍କର ଏକ ପୁତ୍ର ଓ ଏକ କନ୍ୟା ରହିଥିବେ ତେବେ ସମ୍ପତ୍ତିକୁ ୩ ଭାଗରେ ବଣ୍ଟାଯିବ । ପୁଅକୁ ଦୁଇ ଭାଗ ଓ ଝିଅକୁ ଦୁଇ ଭାଗ ମିଳିବ ।

Get real time updates directly on you device, subscribe now.