ନୂଆଦିଲ୍ଲୀ :କରୋନା ସଂକ୍ରମଣ ପରେ ବର୍ତ୍ତମାନ ବାର୍ଡ-ଫ୍ଲୁ ବିଶ୍ୱ ପାଇଁ ଏକ ନୂଆ ବିପଦ ହୋଇପାରେ । ଏ ସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ସତର୍କ ସୂଚନା ଜାରି କରାଯାଇଛି। ବାର୍ଡ-ଫ୍ଲୁ ହେଉଛି ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଟାଇପ୍ ଜୀବାଣୁ । ଏହା ସଂକ୍ରମଣ ଦ୍ୱାରା ରୋଗ ସୃଷ୍ଟି ହୋଇଥିାଏ ।
ଏହି ରୋଗ ସାଧାରଣତଃ କୁକୁଡ଼ା ତଥା ଅନ୍ୟ ପକ୍ଷୀ ଏବଂ ସ୍ତନ୍ୟପାୟୀ ପ୍ରାଣୀମାନଙ୍କୁ ସଂକ୍ରମିତ କରିପାରେ। ତେବେ ନିକଟରେ ହୋଇଥିବା who ସର୍ଭେରେ କୁହାଯାଇଛି ଯେ ଏହି ରୋଗ ମଣିଷ ପାଇଁ ବିପଦ ମଧ୍ୟ ସୃଷ୍ଟି କରିପାରେ।
H5N1 ସଂକ୍ରମଣ ୨୫ ବର୍ଷ ଧରି ବନ୍ୟ ପକ୍ଷୀ ଏବଂ କୁକୁଡ଼ାମାନଙ୍କରେ ମଧ୍ୟରେ ବ୍ୟାପକ ମାତ୍ରାରେ ବ୍ୟାପିଛି । କିନ୍ତୁ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ନିକଟରେ ଏହା ବ୍ୟାପିବା ନେଇ ଆଶଙ୍କା କରାଯାଉଛି । ଏଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ who ପକ୍ଷରୁ ଚେତାବନୀ ଦିଆଯାଇଛି ।
who ମୁଖ୍ୟ ଟେଡ୍ରୋସ୍ ଆଡାନୋମ୍ ଘେବ୍ରେଏସ୍ କହିଛନ୍ତି ଯେ H5N1 ର ପ୍ରଥମ ମାମଲା ୧୯୯୬ ରେ ସାମ୍ନାକୁ ଆସିଥିଲା ।
ସେ କହିଛନ୍ତି ଯେ ଗତ କିଛି ସପ୍ତାହ ମଧ୍ୟରେ ସ୍ତନ୍ୟପାୟୀ ପ୍ରାଣୀମାନଙ୍କରେ H5N1 ସ୍ୱାଇନ୍ ଫ୍ଲୁ ସଂକ୍ରମଣର ଠେକୁଆ ଏବଂ ସମୁଦ୍ର ସିଂହଙ୍କ ଠାରେ ଦେଖିବାକୁ ମିଳିଥିଲା ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କହାଯାଇଛି ଯେ, ମୃତ କିମ୍ବା ଅସୁସ୍ଥ ଜଙ୍ଗଲୀ ଜନ୍ତୁ ଠାରୁ ଦୂରେଇ ରୁହନ୍ତୁ । ସେମାନଙ୍କୁ ଛୁଇଁବା ଏବଂ ନମୁନା ସଂଗ୍ରହ କରିବାକୁ ବାରଣ କରାଯାଇଛି ।
ଏହାର ଲକ୍ଷଣ କ’ଣ
ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର ଅନୁଯାୟୀ, ବାର୍ଡ-ଫ୍ଲୁ ସଂକ୍ରମିତ ମଣିଷ ଠାରେ ସେମିତି କୌଣସି ବିଶେଷ ଲକ୍ଷଣ ଦେଖାଯାଏ ନାହିଁ । ଏହା ସାମାନ୍ୟ ରୁ ଗୁରୁତର ରୋଗ ମଧ୍ୟ ହୋଇପାରେ। ଅବସ୍ଥା ଗୁରୁତର ହେଲେ ରୋଗୀର ମୃତ୍ୟୁ ମଧ୍ୟ ହୋଇପାରେ ।