fbpx

ମିଶନ ଶକ୍ତି ମହିଳାଙ୍କୁ ସ୍କୁଟି ଦେବେ ରାଜ୍ୟ ସରକାର, ଏତିକି କୋଟି ବ୍ୟୟବରାଦ କଲେ ରାଜ୍ୟ ସରକାର ରାଜ୍ୟ ସରକାର

ଭୁବନେଶ୍ୱର: ଆଜି ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ବିଧାନସଭାରେ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିଛଣ୍‌ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ବଜେଟ୍‌ରେ ମିଶନ ଶକ୍ତିକୁ ପ୍ରାଧାନ୍ୟ ଦେଇ ସରକାର ୨,୫୫୪ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ସେହିପରି ମିଶନ ଶକ୍ତି ମହିଳା ମାନଙ୍କୁ ରାଜ୍ୟ ସରକାର ସ୍କୁଟି ଦେବା ପାଇଁ ୫୦ କୋଟି ଟଙ୍କାର ବ୍ୟବରାଦ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ଶେଷ ପୁର୍ଣ୍ଣାଙ୍ଗ ବଜେଟ୍ । ଏଥିରେ ରାଜ୍ୟ ସରକାର ମୋଟ୍ ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ୍ ଆଗତ କରିଛନ୍ତି । ଆଗାମୀ ବର୍ଷ ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଲୋକମାନଙ୍କ ପାଇଁ କିଛି ନୂଆ ଯୋଜନା ଆରମ୍ଭ କରିଛନ୍ତି ।

Get real time updates directly on you device, subscribe now.