ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଅର୍ଥ ମନ୍ତ୍ରୀ ନିରଞ୍ଜନ ପୁଜାରୀ ୨୦୨୩ -୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନା ବେଳେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ବୃତ୍ତି ଯୋଜନା ନାମରେ ଏକ ନୂତନ ଯୋଜନା ଆରମ୍ଭ କରାଯିବ ବୋଲି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନାରେ ଦଶ ହଜାର ଯୋଗ୍ୟ ଉପସ୍ନାତକ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ଦଶ ହଜାର ଟଙ୍କା ଲେଖାଏ ପ୍ରଦାନ କରା ଯିବ ା ସେହିପରି ପାଞ୍ଚ ହଜାର ଯୋଗ୍ୟ ସ୍ନାତକୋତର ଛାତ୍ର ଛାତ୍ରୀଙ୍କୁ ୧୫ ହଜାର ଟଙ୍କା ଲେଖାଏ ବାର୍ଷିକ ପ୍ରଦାନ କରାଯିବ ା ସେ କହିଛନ୍ତି ଯେ ୧୦ ହଜାର ଯୋଗ୍ୟ ବୈଷୟିକ ଓ ବୃତିଗତ ଶିକ୍ଷା ଗ୍ରହଣ କରୁଥିବା ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ବାର୍ଷିକ ୨୦ ହଜାର ଟଙ୍କା ଲେଖାଏ ବାର୍ଷିକ ବୃତି ପ୍ରଦାନ କରାଯିବ।
ସେହିଭଳି ଏଥର ଓଡ଼ିଶା ବଜେଟ୍ ୨୦୨୩ରେ ମୋ ସ୍କୁଲ ଅଭିଯାନ ପାଇଁ ୮୦୫ କୋଟି ଟଙ୍କାର ବ୍ୟୟବରାଦ କରା ଯାଇଛି। ସେହିପରି ୬ ହଜାର ୨୫ଟି ଏଲ୍ଟିଆର୍ ପଦବୀ ସୃଷ୍ଟି କରାଯିବ ବୋଲି ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଧ୍ୟମିକ ସ୍କୁଲରେ ୭୫୪୦ ନିୟମିତ ଶିକ୍ଷକ ନିଯୁକ୍ତ ହେବେ । ସେହିପରି ୧୭୯୯ କନିଷ୍ଠ ସହାୟକ, ୩୩୫ ପିଜିଟି ନିଯୁକ୍ତି ପାଇବେ ବୋଲି ସେ ସୂଚନା ଦେଇଛନ୍ତି . ୧୦୬ଟି ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ସ୍କୁଲରେ ପରିଣତ କରାଯିବ ।