fbpx

ଇଟାଲୀରେ ବଡ ଦୁର୍ଘଟଣା ; ସମୁଦ୍ରରେ ଡଙ୍ଗା ବୁଡି ୩୦ ଜଣଙ୍କ ମୃତ୍ୟୁ, ୪୦ ଜଣ ଜୀବନ୍ତ ଉଦ୍ଧାର

ନୂଆଦିଲ୍ଲୀ : ଇଟାଲୀର ଦକ୍ଷିଣ ଉପକୂଳରେ ଏକ ଡଙ୍ଗା ବୁଡ଼ିଯାଇ ପ୍ରାୟ ୩୦ ଜଣଙ୍କ ମୃତ୍ୟୁ ଘଟିଛି। କୋଷ୍ଟଗାର୍ଡ ଦ୍ୱାରା ପୁନରୁଦ୍ଧାର କାର‌୍ୟ୍ୟ ଜାରି ରହିଛି। କୁହାଯାଉଛି ଯେ ସମୁଦ୍ର ମଧ୍ୟରେ ଏକ ପଥର ସହିତ ଡଙ୍ଗା ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି। ରବିବାର ସକାଳେ ଲୋନିଆଲ୍ ସମୁଦ୍ରରେ ଡଙ୍ଗାଟି ଦୁର୍ଘଟଣାଗ୍ରସ୍ତ ଡଙ୍ଗାରେ ୧୦୦ରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଉଦ୍ଧାରକାରୀ ଦଳ ୪୦ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଥିବା ଜଣାପଡିଛି ।

ଇଟାଲୀର ନ୍ୟୁଜ୍ ଏଜେନ୍ସି ଅନୁଯାୟୀ, ମୃତକଙ୍କ ମଧ୍ୟରେ କିଛି ଶିଶୁ ରହିଛନ୍ତି । ଦୁର୍ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ଆଶଙ୍କା କରାଯାଉଛି ଯେ ଆଉ କିଛି ମୃତଦେହ ଉଦ୍ଧାର ହୋଇପାରେ। ବର୍ତ୍ତମାନ ଉଦ୍ଧାର ହୋଇଥିବା ମୃତଦେହର ଚିହ୍ନଟ କାର‌୍ୟ୍ୟ ଜାରି ରହିଛି। ଚିହ୍ନଟ ପରେ ମୃତଦେହକୁ ସହରରେ ଥିବା ଶ୍ମଶାନରେ ପୋତିଦିଆଯିବ ।

Get real time updates directly on you device, subscribe now.