fbpx

୯୧ ବର୍ଷରେ ପ୍ରେମରେ ପଡ଼ିଲେ DLF ଚେୟାରମ୍ୟାନ୍ କେପି ସିଂ, ଜାଣନ୍ତୁ କିଏ ତାଙ୍କର ନୂଆ ପାର୍ଟନର

ନୂଆଦିଲ୍ଲୀ: କୁହାଯାଏ କି ପ୍ରେମ କରିବାର କୌଣସି ବୟସ ନଥାଏ। ଏହା ଜୀବନର କୌଣସି ସମୟରେ ହୋଇପାରେ। ଡିଏଲ୍‌ଏଫ ଗ୍ରୁପ୍‌ର ଏମିରେଟ୍ସ ଚେୟାରମ୍ୟାନ୍ କେ.ପି. ସିଂହଙ୍କ ସହିତ କିଛି ଏପରି ହୋଇଛି। ତାଙ୍କୁ ନିକଟରେ କେ.ପି. ସିଂହ ଏକ ସାକ୍ଷାତକାରରେ ନିଜର ପାର୍ଟନରଙ୍କ ବିଷୟରେ କହିଥିଲେ।

CNBC-TV18 କୁ ଦେଇଥିବା ଏକ ସାକ୍ଷାତକାରରେ କେପି ସିଂ (କୁଶଲ ପାଲ ସିଂ) କହିଛନ୍ତି, ‘ମୋ ପତ୍ନୀଙ୍କ ମୃତ୍ୟୁ ପରେ ମୋ ଜୀବନରେ ଏକ ଶୂନ୍ୟସ୍ଥାନ ଥିଲା। ବର୍ଷ ବର୍ଷ ଧରି ସେମାନଙ୍କ ସହିତ ରହିବା ପରେ ଯେତେବେଳେ ତୁମେ କାହାକୁ ହରାଇବ, ଏହିପରି ଦୁଃଖ ଶବ୍ଦରେ ପ୍ରକାଶ କରାଯାଇପାରିବ ନାହିଁ। ତୁମର ପୁରା ଜୀବନ ବଦଳିଯାଏ, କିନ୍ତୁ ବର୍ତ୍ତମାନ ମୋ ଜୀବନରେ ଏକ ନୂଆ ସାଥୀ ପ୍ରବେଶ କରିଛନ୍ତି ଆଉ ମୁଁ ତାଙ୍କ ପ୍ରେମରେ ପଡିଛି।’

କେପି ସିଂ କହିଛନ୍ତି, ‘ମୁଁ ଏକ ନୂଆ ସାଥୀ ପାଇଛି। ତାଙ୍କ ନାମ ଶିନା। ସେ ମୋ ଜୀବନର ସର୍ବୋତ୍ତମ ଲୋକମାନଙ୍କ ମଧ୍ୟରୁ ଜଣେ। ସେ ଶକ୍ତିଶାଳୀ ଏବଂ ମୋତେ ପ୍ରେରଣା ଦିଅନ୍ତି। ଶିନା ପ୍ରତ୍ୟେକ ପଦକ୍ଷେପରେ ମୋତେ ସମର୍ଥନ କରନ୍ତି। ସେ ମୋତେ ଆଗକୁ ବଢିବାକୁ ପ୍ରେରଣା ଦିଅନ୍ତି। ବର୍ତ୍ତମାନ ସେ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇପାରିଛନ୍ତି।’ ସୂଚନାଯୋଗ୍ୟ କେ.ପି. ସିଂଙ୍କ ପ୍ରଥମ ପତ୍ନୀ ୬୫ ବର୍ଷ ବୟସରେ କର୍କଟ ରୋଗରେ ମୃତ୍ୟୁ ବରଣ କରିଥିଲେ। ରିଅଲ ଇଷ୍ଟେଟର ଶୀର୍ଷ ଧନୀ ବିଲିୟନେୟାରମାନଙ୍କ ମଧ୍ୟରେ କେପି ସିଂ ଅଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ କେପି ସିଂ ୨୯୯ ତମ ସ୍ଥାନରେ ଅଛନ୍ତି। ତାଙ୍କର ନିଟ୍ ମୂଲ୍ୟ ୭.୬୩ ବିଲିୟନ ଡ଼ଲାର୍ (ପ୍ରାୟ ୬୩୨୦୦ କୋଟି ଟଙ୍କା)।

ରିପୋର୍ଟ ଅନୁଯାୟୀ, ସେ ତାଙ୍କ ଶ୍ୱଶୁର ରାଘବେନ୍ଦ୍ର ସିଂଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ କମ୍ପାନୀ ଦିଲ୍ଲୀ ଲ୍ୟାଣ୍ଡ ଆଣ୍ଡ ଫାଇନାନ୍ସ (DLF) ରେ ଯୋଗଦେବା ପାଇଁ ୧୯୬୧ ମସିହାରେ ସେନା ପୋଷ୍ଟିଂ ଛାଡିଥିଲେ। ସେ ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି କମ୍ପାନୀର ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଥିଲେ। ବର୍ତ୍ତମାନ ସେ DLF ର ଏରିମିଟସ୍ ଚେୟାରମ୍ୟାନ୍।

ସାକ୍ଷାତକାରରେ କେ.ପି ସିଂ କହିଛନ୍ତି, ‘ମୋ ପତ୍ନୀ ମୃତ୍ୟୁର ୬ ମାସ ପୂର୍ବରୁ ମୋଠାରୁ ପ୍ରତିଶୃତି ନେଇଥିଲେ ଯେ ମୁଁ ହାର ମାନିବି ନାହିଁ। ମୋର ଏକ ନୂତନ ଜୀବନ ଅପେକ୍ଷା କରିବାକୁ ଅଛି। ପତ୍ନୀଙ୍କ ଏହି କଥା ମୋ ସହିତ ରହିଲା। ମୋର ବିବାହିତ ଜୀବନ ଚମତ୍କାର ଥିଲା। ମୋ ପତ୍ନୀ ମଧ୍ୟ ମୋର ବନ୍ଧୁ ଥିଲେ। ସେ ଚାଲିଯିବା ପରେ ମୁଁ ହତାଶ ହୋଇଥିଲି। କିନ୍ତୁ ବର୍ତ୍ତମାନ ଜୀବନ ବଦଳି ଯାଇଛି।

Get real time updates directly on you device, subscribe now.