fbpx

ବିଜେଡିର ସଭାପତି , ଉପସଭାପତି, ସମ୍ପାଦକ, ସାଧାରଣ ସମ୍ପାଦକ…ନିଯୁକ୍ତ, ଜାଣନ୍ତୁ କେଉଁଠି କାହାକୁ ମିଳିଛି ଦାୟିତ୍ୱ

ଭୁବନେଶ୍ୱର : ଆଗାମୀ ନିର୍ବାଚନ ପାଇଁ ଏବେ ଠୁ ରାଜନୈତିକ ଦଳ ଗୁଡିକ ସଜବାଜ ହେଲେଣି । ନିଜ ନିଜର ଗଡକୁ ସମ୍ଭାଳିବା ପାଇଁ ରଣକୌଶଳ ଆରମ୍ଭ କଲେଣି । କେଉଁ ଗଡରେ କିଏ ମଙ୍ଗ ସମ୍ଭାଳିବ ସେନେଇ ମଧ୍ୟ ଆଲୋଚନା ଓ ପ୍ରର୍ଯ୍ୟାଲୋଚନା ପରେ ଦଳୀୟ କର୍ମୀମାନଙ୍କୁ ରେଡ୍ଡି କଲାଣି ବିଜେପି । ଏହି ପରିପ୍ରେକ୍ଷୀରେ ବିଜେଡି ଦଳ ଆଜି ଗଜପତି ଓ କନ୍ଧମାଳ ଜିଲ୍ଲାର ଟାଣୁଆ ନେତାଙ୍କ ହାତେରେ ମଙ୍ଗ ଧରାଇଛି । କିଏ କେଉଁଠି ରହି ଦଳର ନେତୃତ୍ୱ ନେଇ ପାରିବ ସେନେଇ ବଜୁ ଜନତା ଦଳ ପକ୍ଷରୁ ଆଜି ବିବୃତି ଜାରି କରାଯାଇଛି । କନ୍ଧମାଳ ଓ ଗଜପତି ଜିଲ୍ଲାରେ କିଏ କେଉଁଠି ରହି ସାଙ୍ଗଠନିକ ଦଳକୁ ମଜବୁତ କରିବେ କରିବେ ସେନେଇ ଦଳ ପକ୍ଷରୁ ବିବଅତି ପ୍ରକାଶ ପାଇଛି ।

ଗଜପତି ଜିଲା କିମିଟି ସଭାପତି ଭାବରେ ଶ୍ରୀଯୁକ୍ତ ଜଗବନ୍ଧୁ ଦାସଙ୍କୁ ଦାୟିତ୍ୱ ମିଳଛି । ଉପ-ସଭାପତି ଭାବରେ ଅନ୍ତର୍ଯ୍ୟାମୀ ଗମାଙ୍ଗୋଙ୍କ ସମେତ ୧୩ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ୧୨ ଜଣଙ୍କୁ ସାଧାରଣ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ୧୩ ଜଣଙ୍କୁ ସଚିତ ଏବଂ ୧୫ ଜଣଙ୍କୁ ଯୁଗ୍ମ-ସଚିବ ଭାବରେ ଦାୟିତ୍ୱ ଦିଆଯାଇଛି । କୋଷାଧ୍ୟକ ଭାବରେ ଗୋପବନ୍ଧୁ ପଟ୍ଟନାୟକଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବ୍ଳକ୍ ଏବଂ ମ୍ୟୁନିସିପାଲଟି ସ୍ତରରେ ୯ ଜଣଙ୍କୁ ନିଯୁକ୍ତ କରାଯାଇଛି ।

ସେହିପରି କନ୍ଧମାଳ ଜିଲା କମିଟି ସଦସ୍ୟ ଭାବରେ ସରୋଜ କର୍ଣ୍ଣଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଉପସଭାବତି ଭାବରେ ୭ ଜଣଙ୍କୁ ନିଯୁକ୍ତି କରାଯାଇଛି । ୧୭ ଜଣଙ୍କୁ ସାଧାରଣ ସମ୍ପାଦକ ଏବଂ ୧୯ ଜଣଙ୍କୁ ସମ୍ପାଦକ ଭାବରେ ଦାୟିତ୍ୱ ଦିଆଯାଇଛି । ଯୁଗ୍ମ ସଚିବ ଭାବରେ ୧୫ ଜଣଙ୍କୁ ଦାୟିତ୍ୱ ମିଳଛି । ପ୍ରଶାନ୍ତ କୁମାର ସାହୁଙ୍କୁ କୋଷାଧ୍ୟକ ଭାବରେ ନିଯୁକ୍ତି କରାଯାଇଥିବାବେଳେ ରାଜେନ୍ଦ୍ର କୁମାର ପାଢି ଡିଜିଟାଲ୍ ଏବଂ ମିଡିଆ ସାଧାରଣ ସମ୍ପାଦକ ଏବଂ ସାମୁଏଲ ନାୟକଙ୍କୁ ଡିଜିଟାଲ୍ ସମ୍ପାଦକ ଭାବରେ ଦାୟିତ ମିଳିଛି । ସେହିଭଳି ବ୍ଳକ୍ ସ୍ତରରେ ମଧ୍ୟ ଦଳୀୟ କର୍ମୀମାନଙ୍କୁ ଦାୟିତ୍ୱ ଦିଆଯାଇଛି । ଗଜପତି ଜିଲ୍ଲାର ବିଭିନ୍ନ ବ୍ଳକ୍ ରେ ମୋଟ ୧୮ ଜଣଙ୍କୁ ନିଯୁକ୍ତ କରାଯାଇଛି ।

 

Get real time updates directly on you device, subscribe now.