ନୂଆଦିଲ୍ଲୀ: ମିଳିତ ଜାତିସଂଘ ମାନବାଧିକାର ପାରିଷଦ(UNHRC)ରେ ପାକିସ୍ତାନ ବିଦେଶ ମନ୍ତ୍ରୀ ହିନା ରାବାନୀ ପୁଣି ଥରେ ଭାରତ ଉପରେ ମିଥ୍ୟା ଆରୋପ ଲଗାଇଛନ୍ତି । ଯାହାର ଉତ୍ତରରେ ଭାରତ କଡ଼ା ଜବାବ ଦେଇଛି । ହିନା ରାବାନୀଙ୍କ ଅଭିଯୋଗର ଜବାବରେ ଜେନେଭାରେ ଭାରତୀୟ କୂଟନୀତିଜ୍ଞ ସୀମା ପୂଜାନି ପାକିସ୍ତାନକୁ ଆଇନା ଦେଖାଇ ଆତଙ୍କବାଦ ବିସ୍ତାର କରୁଥିବା ଦେଶ ବୋଲି କହିଛନ୍ତି । ଏବଂ ପାକିସ୍ତାନ ଭାରତ ବିରୋଧରେ ପ୍ରଚାର ପ୍ରସାର କରୁଛି । ପୂଜାନି ଏହା ମଧ୍ୟ କହିଛନ୍ତି ଯେ ‘ଜାମ୍ମୁ-କାଶ୍ମୀର ଏବଂ ଲଦାଖର ସମଗ୍ର ଅଞ୍ଚଳ ଭାରତର ଏକ ଅଂଶ ଥିଲା ଏବଂ ସର୍ବଦା ରହିବ।’
ସୀମା ପୂଜାନୀ କହିଥିଲେ ଯେ, ପାକିସ୍ତାନ ପ୍ରତିନିଧୀ ପୁଣିଥରେ ଭାରତ ବିରୋଧରେ ଦୁର୍ଭାଗ୍ୟପୂର୍ଣ୍ଣ ପ୍ରଚାର ପ୍ରସାର ପାଇଁ ଏହି ପ୍ରତିଷ୍ଠିତ ମଞ୍ଚର ବ୍ୟବହାର କଲେ । କିନ୍ତୁ ମାନବଧିକାର ବିରୋଧରେ ପାକିସ୍ତାନର କଥା ହାସ୍ୟସ୍ପଦ ଥିଲା । କାରଣ ପାକିସ୍ତାନରେ ଯେଉଁମାନେ ସ୍ୱର ଉତ୍ତୋଳନ କରୁଛନ୍ତି ସେମାନେ ଅଦୃଶ୍ୟ ହୋଇଯାଉଛନ୍ତି । ଗତ ଦଶନ୍ଧି ମଧ୍ୟରେ ପାକିସ୍ତାନର ନିଜସ୍ୱ ଅନୁସନ୍ଧାନ ଆୟୋଗକୁ ୮,୪୬୩ ନିଖୋଜ ଅଭିଯୋଗ ଆସିଛି ।