fbpx

IPL ଏବଂ WPL ନିୟମରେ କ’ଣ ରହିଛି ପାର୍ଥକ୍ୟ? ପ୍ଲେଅଫରେ ପହଞ୍ଚିବା ପାଇଁ କ’ଣ ରହିଛି ରଣନୀତି

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ବହୁ ପ୍ରତିକ୍ଷୀତ ଟୁର୍ଣ୍ଣାମେଣ୍ଟ ମହିଳା ପ୍ରିମିୟର ଲିଗ୍ । ଆଇପିଏଲ ଢାଞ୍ଚାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି ବିସିସିଆଇ । ଆଜିର ପ୍ରଥମ ମ୍ୟାଚରେ ଗୁଜୁରାଟ ଜିଆଣ୍ଟସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହେବ ଯୁଦ୍ଧର ପ୍ରାରମ୍ଭ । ତେବେ ପ୍ଲେଅଫରେ ପହଞ୍ଚିବା ସହ ଫାଇନାଲରେ ଟ୍ରଫି ହାତେଇବା ସମସ୍ତ ଦଳର ଲକ୍ଷ୍ୟ ଥିବ । କିନ୍ତୁ ୩ ଦଳକୁ ହିଁ ଏହି ସୁଯୋଗ ମିଳିବ । ତେବେ କିପରି ପ୍ଲେଅଫ ପାଇଁ ମିଳିବ ଟିକେଟ । ଆସନ୍ତୁ ଜାଣିବା କିପରି ହେବ ସମୀକରଣ ।

ଇମ୍ପାକ୍ଟ ପ୍ଲେୟର:- ଇଣ୍ଡିଆନ ପ୍ରିମିୟର ଲିଗରେ ସବୁଠୁ ବଡ ଏବଂ କି ଫ୍ୟାକ୍ଟର ପାଲଟିଛି ଇମ୍ପାକ୍ଟ ପ୍ଲେୟର ନିୟମ । ତେବେ ମହିଳା ପ୍ରିମିୟର ଲିଗରେ ଏଡି ନିୟମ ଲାଗୁ ହେବ ନାହିଁ । ଆଇପିଏଲରେ ଏହି ନିୟମ ସଫଳତାର ସହ ଲାଗୁ ହେବା ପରେ ମହିଳା ପ୍ରିମିୟର ଲିଗରେ ଏହାକୁ ଲାଗୁ କରିବ ବିସିସିଆଇ ।

ସୁପର ଓଭର:- ୨୦୧୯ ବିଶ୍ୱକପରେ ମ୍ୟାଚ ଟାଇ ହେବା ପରେ ବାଉଣ୍ଡ୍ରି ଅନୁସାରେ ଏହାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଏବେ ଏହି ନିୟମରେ ପରିବର୍ତ୍ତନ ଆସିଛି । ମହିଳା ପ୍ରିମିୟର ଲିଗରେ ମଧ୍ୟ ଯଦି କୌଣସି ମ୍ୟାଚ ସୁପର ଓଭରରେ ଟାଇ ହେଉଛି, ତେବେ ଏଥିପାଇଁ ଆଉ ଏକ ସୁପର ଓଭର ଖେଳାଯିବ ।

ଅନ୍ୟ ନିୟମ:- ମହିଳା ପ୍ରିମିୟର ଲିଗରେ ଏକ ମ୍ୟାଚ ସମୟରେ ହେବ ଷ୍ଟ୍ରାଟେଜିକ୍ ଟାଇମ୍ ଆଉଟ୍ । ବୋଲିଂ ଟିମ ପାଇଁ ୬-୯ ଓଭର ମଧ୍ୟରେ ଏହି ଟାଇମ ଆଉଟ ନେବାକୁ ହେବ । ସେହିପରି ବ୍ୟାଟିଂ ଟିମ୍ ପାଇଁ ଟାଇମ୍ ଆଉଟ୍ ୧୩-୧୬ ଓଭର ମଧ୍ୟରେ ଦିଆଯିବ । ଏହାବ୍ୟତୀତ ସମସ୍ତ ଦଳ ନିକଟରେ ୨ଟି ରିଭ୍ୟୁ ପାଇର୍ ଅନୁମତି ଦିଆଯାଇଛି । ୱିକେଟ ପତନ ପରେ ଯଦି ୯୦ ସେକେଣ୍ଡ ମଧ୍ୟରେ କୌଣସି ବ୍ୟାଟ୍ସମ୍ୟାନ ମଇଦାନକୁ ନ ଆସନ୍ତି, ତେବେ ତାଙ୍କ ଉପରେ ଜରିମାନା ଲଗାଇ ଦିଆଯାଇପାରେ ।

ପ୍ଲେଅଫ:- ମହିଳା ପ୍ରିମିୟର ଲିଗର ୫ଟି ଟିମରୁ ପ୍ଲେଅଫ ପାଇଁ ୩ଟି ଟିମକୁ ସୁଯୋଗ ମିଳିପାରିବ । ଗ୍ରୁପର ଶୀର୍ଷରେ ଥିବା ଟିମକୁ ସିଧା ଫାଇନାଲର ଟିକେଟ ମିଳିପାରିବ । ଅନ୍ୟ ପକ୍ଷରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା ଦଳ ମଧ୍ୟରେ ମାର୍ଚ୍ଚ ୨୪ ତାରିଖରେ ହେବ ଏଲିମିନେଟର ମୁକାବିଲା । ଏହି ମ୍ୟାଚର ବିଜେତା ୨୬ ତାରିଖରେ ଫାଇନାଲ ମ୍ୟାଚ ଖେଳିବ ।

Get real time updates directly on you device, subscribe now.