fbpx

ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ମଙ୍ଗଳବାରଠାରୁ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଆଜି ରାଜ୍ୟର ୮ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ ଅତିକ୍ରମ କରିଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାକୁ ତାତିରୁ ନିସ୍ତାର ନାହିଁ। ଏହି ଦିନଗୁଡ଼ିକରେ ଉପକୂଳରେ ସ୍ୱାଭାବିକ ତାପମାତ୍ରାଠାରୁ ୩ ରୁ ୪ ଡିଗ୍ରୀ ଅଧିକ ତାପମାତ୍ରା ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାକୁ ତାପମାତ୍ରାରୁ କିଛିଟା ଆସ୍ୱସ୍ତି ମିଳିବ। ଆସନ୍ତା ୭, ୮ ଏବଂ ୯ ତାରିଖ ପର୍ଯ୍ୟନ୍ତ ଆକାଶ ମେଘାଚ୍ଛନ୍ନ ରହିବା ସହ ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

୭ ତାରିଖରେ ରାଜ୍ୟର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ଥିବାବେଳେ ୮ ତାରିଖରେ ୧୪ଟି ଜିଲ୍ଲା ଏବଂ ୯ ତାରିଖରେ ୭ଟି ଜିଲ୍ଲାକୁ କାଳବୈଶାଖୀ ସତର୍କତା ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ତାଳଚେର ଏବଂ ସମ୍ବଲପୁରରେ ସର୍ବାଧିକ ତାପମାତ୍ରା ୩୮ ଦଶମିକ ୬ ଡିଗ୍ରୀ ସେଲସିୟସ୍‍ ଥିବା ରେକର୍ଡ କରାଯାଇଛି। ମାର୍ଚ୍ଚ ମାସରେ ସ୍ୱାଭାବିକଠାରୁ ୪ ରୁ ୬ ଡିଗ୍ରୀ ଉପରେ ପାରଦ ରହିବ। ଆଜି ଭୁବନେଶ୍ୱରର ତାପମାତ୍ରା ୩୮ ଡିଗ୍ରୀ ଛୁଇଁପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

 

Get real time updates directly on you device, subscribe now.