fbpx

ଖୁସି ଖବର, New Excise Rule: ଶସ୍ତାରେ ମିଳିବ ମଦ, ହୋଟେଲରେ ଖୋଲିବ ମିନି ବାର୍

ନୂଆଦିଲ୍ଲୀ: ଏଣିକି ଶସ୍ତାରେ ମିଳିପାରିବ ମଦ । ବିଭିନ୍ନ ହୋଟେଲରେ ଖୋଲିବ ମିନି ବାର୍ ଏବଂ ଆହୁରି ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । କାରଣ ଖୁବଶୀଘ୍ର ଆସୁଛି ନୂଆ ଅବକାରୀ ନିୟମ । ମନ୍ତ୍ରୀମଣ୍ଡଳର ବୈଠକରେ ୨୦୨୩-୨୪ ପାଇଁ ଅବକାରୀ ନିୟମକୁ ନେଇ ଗ୍ରୀନ ସିଗନାଲ ମିଳିସାରିଛି । ସରକାରଙ୍କ ରାଜସ୍ୱ ବୃଦ୍ଧି କରିବା ପାଇଁ ମଦର ଦାମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାଦ୍ୱାରା ମଦମ୍ମୂଲ୍ୟ ହ୍ରାସ କରିବା ସହ ପଡୋଶୀ ରାଜ୍ୟରେ ତସ୍କରି ଉପରେ ଅଙ୍କୁଶ ଲଗାଇବା ଜରୁରୀ ବୋଲି ଘୋଷଣା କରିଛନ୍ତି ହିମାଚଳ ସରକାର ।

ହିମାଚଳ ପ୍ରଦେଶ ସରକାର ଖୁବଶୀଘ୍ର ନୂଆ ଅବକାରୀ ନିୟମ ଲାଗୁ କରିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଅଧ୍ୟକ୍ଷତାରେ ପ୍ରଦେଶ ମନ୍ତ୍ରୀମଣ୍ଡଳର ଏକ ବୈଠକରେ ଏହି ନିୟମକୁ ଗ୍ରୀନ ସିଗନାଲ ମିଳିଛି । ସରକାରୀ ପ୍ରବକ୍ତା କହିଛନ୍ତି ଯେ, ୨୦୨୩-୨୪ ପାଇଁ ରାଜ୍ୟରେ ଖୁଚୁରା ଅବକାରୀ ଦୋକାନର ନିଲାମ ଏବଂ ଟେଣ୍ଡରକୁ ମିଳିଛି କ୍ୟାବିନେଟ ମଞ୍ଜୁରୀ ।

ସରକାର ପାଞ୍ଚ ଲିଟର କେଗ୍ ଡ୍ରଟ ବିୟରର ଖୁଚୁରା ବିକ୍ରି ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ଗ୍ରାହକଙ୍କୁ ବିୟରର ବିଭିନ୍ନ ପ୍ରକାର ଉପଲବ୍ଧ ହୋଇପାରିବ । ସେହିପରି ରାଜ୍ୟରେ ବଟଲିଙ୍ଗକୁ ମଧ୍ୟ ଅନୁମତି ମିଳିଛି । ଏହାଦ୍ୱାରା ଗ୍ରାହକଙ୍କ ପାଇଁ ବେଷ୍ଟ ସେଲିଙ୍ଗ ହାଇ ରେଞ୍ଜ ୱାଇନ ବ୍ରାଣ୍ଡ ଉପଲବ୍ଧ ହୋଇପାରିବ । ଫଳରୁ ପ୍ରସ୍ତୁତ ସ୍ପ୍ରିଟ କିମ୍ବା ଏହାର ଡିଷ୍ଟିଲେସନ ଏବଂ ବିଲ୍ଡିଙ୍ଗରୁ ପ୍ରସ୍ତୁତ ମଦର ନୂଆ ଫ୍ଲେଭର ଆରମ୍ଭ କରିବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି । ଏହା ଅର୍ଥବ୍ୟବସ୍ଥାକୁ ମଜବୁତ କରିବ ବୋଲି କହିଛନ୍ତି ହିମାଚଳ ସରକାର । ଏହା ସହିତ ରାଜ୍ୟରେ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ଏଲ-୩, ଏଲ-୪, ଏଲ-୫ ଲାଇସେନ୍ସ ଧାରକମାନଙ୍କୁ ୩ ଷ୍ଟାର ରେଟିଙ୍ଗ ଏବଂ ଏହାଠୁ ଅଧିକ ହୋଟେଲଗୁଡିକୁ ମିନି ବାର୍ ଖୋଲିବା ପାଇଁ ଅନୁମତି ମିଳିପାରିବ ।

ତେବେ ଏଗୁଡିକ ଉପରେ ଅନଲାଇନ ମାଧ୍ୟମରେ ନଜର ରଖାଯିବ ବୋଲି କୁହାଯାଇଛି । ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ମଦ ବୋତଲକୁ ଟ୍ରାକ କରିବା ସହ ଟ୍ରେସ କରାଯାଇ ପାରିବ । ପ୍ରବକ୍ତା କହିଛନ୍ତି ଯେ, ଅବକାରୀ ନୀତିକୁ ସରକାର, ଉପଭୋକ୍ତା, ଖୁଚୁରା ବିକ୍ରେତା, ବ୍ୟବସାୟୀ, ବୋଟଲିଙ୍ଗ, ଡିଷ୍ଟିଲାରୀ, ହୋଟେଲ ଏବଂ ବାର୍ ଇତ୍ୟାଦି ସମସ୍ତ ହିତାଧିକାରୀଙ୍କୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି । ତେବେ ଏହି ନିୟମ ମାର୍ଚ୍ଚ ୧୦, ୨୦୨୩ ରୁ ଲାଗୁ କରାଯିବ ।

Get real time updates directly on you device, subscribe now.