fbpx

ସ୍ତ୍ରୀ ସହ ଝଗଡା ପରେ ୮ ବର୍ଷର ଝିଅକୁ ବଳାତ୍କାର କଲା ରାକ୍ଷାସ ବାପା, ବଳାତ୍କାର ପରେ ଗଳା କାଟି ହତ୍ୟା

ନୂଆଦିଲ୍ଲୀ : କୁହାଯାଏ ବାପା ଥିଲେ ପୁଅ ସଭାରେ ହାରେନି କି ଝିଅ ଡରେନି । ଆଜି ବାପା ଶବ୍ଦରେ କଳଙ୍କ ଲାଗିଛି । ଦୁନିଆରେ ଝିଅକୁ ସବୁଠାରୁ ବେଶୀ ଭଲ ପାଉଥିବା ବାପା ଆଜି କଳଙ୍କିତ ହୋଇଛି । ଏକ କୋମଳବତୀ, ନିଷ୍ପାପ, ନୀରିହ ଝିଅକୁ ବଳାତ୍କାର ପରେ ହତ୍ୟା କରିଛି ବାପା । ଏଭଳି ଏକ ଲଜ୍ଜାଜନକ ମାମଲା ଉତ୍ତରପ୍ରଦେଶର ସାହାରନପୁରରୁ ସାମ୍ନାକୁ ଆସିଛି।

ସ୍ତ୍ରୀ ସହ ଝଗଡା କଲା ପରେ ଜଣେ ବ୍ୟକ୍ତି ପ୍ରଥମେ ନିଜର ଆଠ ବର୍ଷର ଝିଅକୁ ବଳାତ୍କାର କରିଥିଲା । ତା’ପରେ ଗଳା କାଟି ହତ୍ୟା କରିଥିଲା। ପୋଲିସ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ମୃତକଙ୍କ ଅଜା ଏବଂ ମାମୁ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । କିନ୍ତୁ ମୃତ ଝିଅଟିର ଜେଜେବାପା ଏବଂ ଦାଦା ମୃତ୍ୟୁର କାରଣ ସ୍ୱାସ୍ଥ ଖରାପ ବୋଲି କହିଥିଲେ ।

ପୋଷ୍ଟମର୍ଟମ ରିପୋର୍ଟରେ ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି। ଅଭିଯୁକ୍ତ ବାପାକୁ ଗିରଫ କରାଯାଇ ପଚରାଉଚରା ଜାରି ରହିଛି । ପାରିବାରିକ କଳହ ହେତୁ ସେ ପ୍ରଥମେ ତାଙ୍କ ନିରୀହ ଝିଅକୁ ପିଟିବା ସହ ତା ସହ ବଳାତ୍କାର କରିଥିଲା ଏବଂ ଗଳା କାଟି ହତ୍ୟା କରିଥିଲା ବୋଲି ପୋଲିସ ପାଖରେ ସ୍ୱୀକାର କରିଛି ଅଭିଯୁକ୍ତ ବାପା ।

Get real time updates directly on you device, subscribe now.