fbpx

ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶାଦ୍ରବ୍ୟ ଦେଇ ଜିମ୍‌ରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

କଟକ: କଟକର ସିଡିଏ ଅଞ୍ଚଳରେ ଏକ ଜିମ୍‌ରେ ଯୁବତୀଙ୍କୁ ନିଶାଦ୍ରବ୍ୟ ଦେଇ ଦୁଷ୍କର୍ମ ଅଭିଯୋଗ ହୋଇଛି। କଟକ ସହରର ମର୍କତନଗର ଥାନାରେ ଏନେଇ ଯୁବତୀ ଜଣକ ଏତଲା ଦେଇଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ଯୁବତୀ ଜଣକ କହିଛନ୍ତି ଯେ, ପ୍ରୋଟିନ୍‌ ସପ୍ଲିମେଣ୍ଟ ନାଁରେ ନିଶା ଦେଇ ଦୁଷ୍କର୍ମ କରାଯାଇଛି।

ଅଭିଯୋଗ ଅନୁଯାୟୀ, ଗତବର୍ଷ ଜାନୁଆରି ୨ ତାରିଖରେ ସିଡିଏ ସେକ୍ଟର୍‌-୯ର ଜଣେ ଯୁବତୀ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଜିମ୍‌ରେ ଯୋଗ ଦେଇଥିଲେ। ଏହାରି ଭିତରେ ସେ ଏହି ଜିମ୍‌ର ମାଲିକଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିବର୍ଷ ଫେବ୍ରୁଆରି ୧୨ ତାରିଖରେ ମାଲିକ ଏହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ପାଇଁ ଏନର୍ଜି ଡ୍ରିଙ୍କ ଏବଂ ସପ୍ଲିମେଣ୍ଟ ନେବାକୁ ଚିନ୍ମୟ ପରାମର୍ଶ ଦେଇଥିଲେ।

ପରେ ଯୁବତୀଙ୍କୁ କାଶ୍ମୀର ନେଇ ସେଠାରେ ବି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଜିମ୍ ମାଲିକ ମୋବାଇଲ୍‌ରେ ରେକର୍ଡ କରି ଯୁବତୀଙ୍କୁ ବ୍ଲାକମେଲ୍ କରିବା ସହିତ ଟଙ୍କା ଲୁଟିବା ଭଳି ସଂଗିନ ଅଭିଯୋଗ ମର୍କତନଗର ଥାନାରେ ହୋଇଛି। ମର୍କତ ନଗର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ଟ୍ରେନରଙ୍କୁ ପଚରାଉଚରା ଚାଲିଛି।

 

Get real time updates directly on you device, subscribe now.