fbpx

Video: ହାତୀ ଓ ମଣିଷ ଭିତରେ ରହିଛି ମଧୁର ସମ୍ପର୍କ, ଏଇ ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ…

ଢେଙ୍କାନାଳ: ମଣିଷ ଆଉ ହାତୀର ଏହି ପ୍ରେମକୁ ଦେଖିଲେ ଫିଲ୍ମ ହାତୀ ମେରା ସାଥୀର କଥା ମନେପଡେ। ଏମାନଙ୍କୁ ଦେଖିଲେ ଲାଗେ ଯେ, ଏହା କେବଳ ପ୍ରେମରେ ଯେ ସିମିତି ତାହା ନୁହେଁ, ବରଂ ପ୍ରେମ ଠାରୁ ଆହୁରି ଉର୍ଦ୍ଧରେ। ଏ ପ୍ରେମରେ ନା ଅଛି କୌଣସି ସ୍ୱାର୍ଥ ନା ଅଛି କୌଣସି ଲାଳସା। ଏଠି ନା ଅଛି ପାଇବାର ଆଶା ନା ହରାଇବାର ଦୁଖ। ଏ ପ୍ରେମ ସ୍ୱାର୍ଗୀୟ ଆଉ ଚିରନ୍ତନ । ଏମିତି ଏକ ପ୍ରେମ କାହାଣୀ ହେଉଛି ଜଣେ ଯୁବକ ଆଉ ହାତୀଙ୍କର । ଏହି ଦୃଶ୍ୟ ହେଉଛି ଢ଼େଙ୍କାନାଳ ଜିଲ୍ଲା କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରର । ଏଠାରେ ୬ଟି ହାତୀକୁ ନିଜ ପରିବାରର ସଦସ୍ୟ ଭଳି ସ୍ନେହ ଶ୍ରଦ୍ଧା ଦେଇ ରଖିଛନ୍ତି ହାତୀଙ୍କ ମାହୁନ୍ତ ଅନିଲ ଚନ୍ଦ୍ର ଦାସ ଅରଅଫ୍ ଦିପୁ ।

୩୦ ବର୍ଷିୟ ଦିପୁ ୧୮ ବର୍ଷ ବୟସରୁ ଦୀର୍ଘ ୧୨ ବର୍ଷ ଧରି ହାତୀ ମାନଙ୍କ ସହିତ ଘନିଷ୍ଠତାର ସହିତ ଦିନ କାଟୁଛନ୍ତି । ଚନ୍ଦୁ, ଉମା, ପଦ୍ମା, ଶ୍ୟାମ, ଶିବା, କାର୍ତ୍ତିକ ଏହିପରି ୬ଟି ହାତୀକୁ ସବୁଦିନ ବୁଲେଇବା, ଖୁଆଇବା, ଗାଧୋଇ ଦେବା ଆଦି ନିତ୍ୟଦିନ କାମରେ ଦିପୁ କେବେ ବି ହେଳା କରିନାହାନ୍ତି । ହାତୀ ମାନଙ୍କୁ ଠିକ ସମୟରେ ଔଷଧ ଦେବା ତାଙ୍କର ଗୁରୁ ଦାୟିତ୍ୱ । ଏବେ ସବୁ ହାତୀ ମାନେ ଦିପୁଙ୍କ ସହିତ ଏତେ ନିବିଡ଼ ଯେ, ଘଡିଏ ତାଙ୍କୁ ନଦେଖିଲେ ସେମାନେ ଅସ୍ତବ୍ୟସ୍ତ ହୋଇ ପଡୁଛନ୍ତି । ଏବେ ହାତୀଛୁଆ ଗୁଡ଼ିକ ସେଠାକୁ ଆସୁଥିବା ପର୍ଯ୍ୟଟକଙ୍କ ହାତରୁ ମଧ୍ୟ କଦଳି ଖାଇବାକୁ ଜୀଦ କରୁଛନ୍ତି । ହାତୀ ମାନଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ଜଣେ ୨୪ ଘଣ୍ଟିଆ ଡାକ୍ତରଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.