fbpx

ଅଲଗା ଗ୍ରୁପର ରକ୍ତ ଦେହକୁ ଗଲେ କ’ଣ ହେବ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ: ମେଡିକାଲ ବିଜ୍ଞାନ କ୍ଷେତ୍ରରେ ଭାରତ ଏକ ସଫଳ ଦେଶ ଭାବରେ ବିବେଚିତ ହେଉଛି । ତେବେ ଏହି ମେଡିକାଲ ଦୁନିଆ ଖୁବ ବିଚିତ୍ର ହୋଇଥାଏ । ତେବେ ଆପଣ ଜାଣିଥିବେ ଅସୁସ୍ଥତା ସମୟରେ ରୋଗୀଙ୍କର ରକ୍ତ ଆବଶ୍ୟକ ହେଲେ ତାଙ୍କୁ ସେହି ଗ୍ରୁପର ରକ୍ତ ଦିଆଯାଇଥାଏ । ଯେପରି, କୌଣସି ରୋଗୀଙ୍କର ରକ୍ତ ଆବଶ୍ୟକ ହେଉଥିଲେ ତାଙ୍କୁ ସେହି ଗ୍ରୁପର ବ୍ଲଡ ହିଁ ଦେଇଥାନ୍ତି । କିନ୍ତୁ ଅନ୍ୟ କୌଣସି ଗ୍ରୁପର ରକ୍ତ କାହିଁକି ଦିଆଯାଏ ନାହିଁ । ଏମିତି କାହିଁକି କରାଯାଇଥାଏ? ଆସନ୍ତୁ ଜାଣିବା ଏହାର ଉତ୍ତର ।

ରୋଗୀଙ୍କୁ ଅନ୍ୟ ଗ୍ରୁପର ବ୍ଲଡ ନ ଦିଆଯିବାର କାରଣ ଜାଣିଲେ ଆପଣ ହୁଏତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ପ୍ରକୃତରେ ଶରୀରରେ ରକ୍ତର ଅଭାବ କିମ୍ବା କୌଣସି କାରଣରୁ ରକ୍ତ ବହିଯିବାରୁ ରୋଗୀଙ୍କୁ ରକ୍ତର ଆବଶ୍ୟକ ପଡିଥାଏ । ଅନେକ ସମୟରେ ରକ୍ତ ଦେବା ମଧ୍ୟ ଜରୁରୀ ହୋଇପଡିଥାଏ । କିନ୍ତୁ ମଣିଷ ଦେହରେ କେବଳ ସମାନ ଗ୍ରୁପର ରକ୍ତ ପ୍ରଦାନ କରାଯାଏ । ତେବେ ଏହାର ଅନେକ କାରଣ ରହିଛି । ଜଣେ ବ୍ୟକ୍ତିଙ୍କ ଦେହରେ ଅନ୍ୟ ଏକ ଗ୍ରୁପର ରକ୍ତ ଦେଲେ ଏହା ଖୁବ ବିପଦଜନକ ହୋଇପାରେ । ରକ୍ତରେ ଅଲଗା ପ୍ରକାରର ଆଣ୍ଟିଜେନ ରହିବାରୁ ଏହା ରିଆକ୍ସନ ହୋଇଥାଏ ଏବଂ ସଭିଏଁ ଏକାଠି ହୋଇ ବ୍ଲଡ ଭେସେଲ୍ସକୁ ବ୍ଲକ କରି ଦେଇଥାନ୍ତି ।

ଏହାଦ୍ୱାରା ରକ୍ତ ଜମିବା ଆରମ୍ଭ ହୋଇଥାଏ । ଏହା ରକ୍ତ ସଞ୍ଚାଳନରେ ବ୍ୟାହତ ହୋଇଥାଏ ଯାହା ହୃଦଘାତ ଜନିତ ସମସ୍ୟା ସୃଷ୍ଟି କରେ । ଏଭଳି ସ୍ଥିତିରେ ରୋଗୀଙ୍କର ମୃତ୍ୟୁ ହୋଇଥାଏ । ଭିନ୍ନ ଭିନ୍ନ ଆଣ୍ଟିଜେନ ଥିବା ରକ୍ତ ଦେହକୁ ଗଲେ ଏହା ଶରୀରରେ ଅନ୍ୟାନ୍ୟ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିପାରେ । ତେବେ ସମାନ ଗ୍ରୁପର ରକ୍ତ ଦେବା ଦ୍ୱାରା କିଛି ସମୟରେ ଆଲର୍ଜି ହୋଇଥାଏ ।

Get real time updates directly on you device, subscribe now.