fbpx

ପିଡିଏସରେ ମିଳୁଛି ପ୍ଲାଷ୍ଟିକ ଚାଉଳ: ହିତାଧିକାରୀଙ୍କ ହିତରେ ନାହିଁ ପ୍ରଶାସନ!

ଭଦ୍ରକ: ପିଡିଏସ ଚାଉଳରେ ମିଶୁଛି ପ୍ଲାଷ୍ଟିକ ଦାନା । ନିମ୍ନମାନର ଚାଉଳ ଯୋଗୁଁ ଖାଦ୍ୟରୁ ଭିଟାମିନ ହ୍ରାସ ପାଇବା ସହ ଏହା ଖାଦ୍ୟ ଉପଯୋଗୀ ମଧ୍ୟ ହୋଇ ପାରୁନି । ତେବେ ଏଭଳି ଘଟଣାକୁ ନେଇ ରାଜ୍ୟର ସାଧାରଣ ଜନତା ତଥା ହିତାଧିକାରୀ ହଇରାଣ ହରକତ ହେଉଥିବା ଦେଖାଯାଉଛି । ତେବେ ପ୍ଲାଷ୍ଟିକ ଚାଉଳକୁ ନେଇ ବର୍ତ୍ତମାନ ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକରୁ ଏକ ସଙ୍ଗୀନ ଅଭିଯୋଗ ଆସିଛି ।

ସୂଚନା ଅନୁଯାୟୀ, ନିର୍ଗୁଣ୍ଡି ପଞ୍ଚାୟତରେ ଚଳିତମାସରେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ପିଡିଏସ ଚାଉଳ ପାଇଥିଲେ ହିତାଧିକାରୀ । କିନ୍ତୁ ଏହି ଚାଉଳରେ ପ୍ଲାଷ୍ଟିକ ରହିଥିବା ନେଇ ଅଭିଯୋଗ ହୋଇଛି । ରୋଷେଇ ସମୟରେ ଚାଉଳରୁ ପ୍ଲାଷ୍ଟିକ ଗନ୍ଧ ବାହାରିବା ସହ ଚାଉଳ ଫୁଟୁନଥିବା ଅଭିଯୋଗ କରିଥିଲେ ଅନେକ ହିତାଧିକାରୀ । ଏହାପରେ ପ୍ଲାଷ୍ଟିକ ଚାଉଳ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ସମସ୍ୟା ଏବଂ ରୋଗ ଇତ୍ୟାଦି ମଧ୍ୟ ସୃଷ୍ଟି ହେଉଛି । ତେଣୁ ଗରିବ ହିତାଧିକାରୀ ପିଡିଏସ ଚାଉଳକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।

ତେବେ ଏମିତି ଅଭିଯୋଗ ପରେ ସମ୍ପୃକ୍ତ ଡିଲରଙ୍କୁ ଏ ନେଇ ପଚରା ଯାଇଥିଲା । ଉତ୍ତରରେ ସେ କହିଛନ୍ତି ଯେ, ବସ୍ତାରେ ଆସିଥିବା ଚାଉଳ ଆମେ ହିତାଦିକାରୀଙ୍କୁ ଦେଇଛୁ । ଏଥିରେ ପ୍ଲାଷ୍ଟିକ ଚାଉଳ କିମ୍ବା ଆଉ କିଛି କିପରି ଆସିଲା ତାହା ଜଣା ନାହିଁ ବୋଲି କହି ନିଜ ମୁଣ୍ଡରୁ ଦୋଷ ଛଡାଇ ଦେଇଛନ୍ତି ଡିଲର । ସେପଟେ ଅଭିଯୋଗ ପରେ ପ୍ଲାଷ୍ଟିକ ଚାଉଳ ମାମଲାକୁ ନେଇ ତଦନ୍ତ କରି ହିତାଧିକାରୀମାନଙ୍କୁ ଉତ୍ତମ ପୁଷ୍ଟିକର ଭଲ ଚାଉଳ ଦେବାକୁ ନିବେଦନ କରାଯାଇଛି ।

Get real time updates directly on you device, subscribe now.