ଖୁସୀ ଖବର! କୃଷକମାନଙ୍କୁ ସରକାର ଦେବେ ୧୫ ଲକ୍ଷ ଟଙ୍କା, ଏହି ଯୋଜନା ଅଧୀନରେ କିପରି ଲାଭ ପାଇବେ ପଢନ୍ତୁ

ନୂଆଦିଲ୍ଲୀ : ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ କେନ୍ଦ୍ର ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଚାଷୀଙ୍କ ଆୟ ବୃଦ୍ଧି ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। ସେଥିମଧ୍ୟରୁ ଏକ ଯୋଜନା ହେଉଛି ‘ପିଏମ୍ କିସାନ ଏଫପିଓ ଯୋଜନା’ । ଏହି ଯୋଜନା ଅଧୀନରେ ସରକାର ନୂତନ କୃଷି ବ୍ୟବସାୟ ଆରମ୍ଭ କରିବା ପାଇଁ ଦେଶର କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରି ଆର୍ଥିକ ସଙ୍କଟରୁ ମୁକ୍ତି ଯୋଗାଇବା ।

ଏହି ଯୋଜନାର ଲାଭ ଉଠାଇବାକୁ କୃଷକମାନଙ୍କୁ ଏକ ସଂଗଠନ ଗଠନ କରିବାକୁ ପଡିବ, ଯେଉଁଥିରେ ଅତି କମରେ ୧୧ ଜଣ କୃଷକ ରହିବା ଆବଶ୍ୟକ । ଏହା ମାଧ୍ୟମରେ କୃଷକମାନେ ଚାଷ ସମ୍ବନ୍ଧୀୟ ଉପକରଣ କିମ୍ବା ସାର, ଔଷଧ ଏବଂ ମଞ୍ଜି ଭଳି ଜିନିଷ କିଣିବାକୁ ସକ୍ଷମ ହେବେ। ସୂଚନା ଅନୁଯାୟୀ, ୨୦୨୩-୨୪ ସୁଦ୍ଧା ସରକାର ୧୦ ହଜାର ଏଫପିଓ ଗଠନ କରିବାର ଲକ୍ଷ୍ୟ ରଖିଛନ୍ତି।
କିପରି ଆବେଦନ କରିବେ ଜାଣନ୍ତୁ?

୧. ଏହି ଯୋଜନାର ଲାଭ ଉଠାଇବାକୁ କୃଷକମାନଙ୍କୁ କୃଷକ ଉତ୍ପାଦକ ସଂଗଠନ ପଞ୍ଜିକରଣ କରିବାକୁ ପଡିବ ।

୨. ଏଥିପାଇଁ ସେମାନଙ୍କୁ ଇ- ନାମ ପୋର୍ଟାଲ ଙ୍ଗଙ୍ଗଙ୍ଗ.ରଦ୍ଭବଜ୍ଞ.ଶକ୍ଟଙ୍ଖ.ସଦ୍ଭ ପଞ୍ଜିକରଣ କରିବାକୁ ପଡିବ ।

୩. ଏହା ବ୍ୟତୀତ କୃଷକମାନେ ଇ-ନାମ୍ ମୋବାଇଲ୍ ଆପ୍ ରେ ମଧ୍ୟ ପଞ୍ଜିକରଣ କରିପାରିବେ ।

ଏହି ଦଲିଲଗୁଡ଼ିକ ଆବଶ୍ୟକ ହେବ
ପଞ୍ଜୀକରଣ ପାଇଁ ପରିଚାଳନା ନିର୍ଦ୍ଦେଶକ କିମ୍ବା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ (ସିଇଓ) କିମ୍ବା ମ୍ୟାନେଜର (ମ୍ୟାନେଜର) ଙ୍କ ଇ-ମେଲ୍ ମାଧ୍ୟମରେ ବା ସିଧାସଳଖ ଡକ୍ୟୁମେଣ୍ଟ୍ ମଧ୍ୟ ଦେବାକୁ ପଡିବ ।