fbpx

ପଞ୍ଜାବରେ ଆସିଲା ଭୟାନକ ଘୂର୍ଣ୍ଣିବଳୟ, ୫୦ ଘରର କ୍ଷୟକ୍ଷତି ସହ ମାଟିରେ ଦବିଗଲେ ଲୋକେ

ଚଣ୍ଡିଗଡ: ପଞ୍ଜାବର ଫାଜିଲ୍କା ଜିଲ୍ଲାରେ ଶୁକ୍ରବାର ଦିନ ଏପରି ଦୃଶ୍ୟ ଦେଖାଗଲା ଯାହାକୁ ଦେଖି ଲୋକେ ଚକିତ ହୋଇପଡିଛନ୍ତି । ଏଠାରେ ଥିବା ବୁକେନୱାଲ ଗାଁରେ ଏକ ବଡ ଘୂର୍ଣ୍ଣି ଝଡ ତାଣ୍ଡବ ନୃତ୍ୟ କରି ବହୁ ସଂପତ୍ତିର ବିନାସ ଘଟାଇଛି । ଯେଉଁଥି ପାଇଁ ୫୦ରୁ ଅଧିକ ଘର ଭାଙ୍ଗି ପଡିଛି । ଏହାବ୍ୟତୀତ ୩ ବର୍ଗ କିମି ଅଞ୍ଚଳରେ ୧୦ ଜଣ ଲୋକ ଆହତ ହୋଇପଡିଛନ୍ତି ।

ସୂଚନା ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ପାକିସ୍ତାନ ଆଡକୁ ମାଡିଯାଇଛି ଏବଂ ପଞ୍ଜାବର କିଛି ଗ୍ରାମରେ ଏହା ଦେଖାଯାଇଛି । ଗ୍ରାମର ଜଣେ ଅଧିବାସୀ ପ୍ରଦୀପ ସିଂହ କହିଛନ୍ତି ଯେ, ‘ଏହି ଘୂର୍ଣ୍ଣିବଳୟ ଅପରାହ୍ନ ୪ଟା ସମୟରେ ଅଚାନକ ଆକାଶରେ ଦେଖା ଦେଲା ଏବଂ ଏହାର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା ।’ ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୂପ ଧାରଣ କରିଥିଲା । ଯେଉଁଥିରେ ଅନେକ ଗାଁର ଚାରିପାଖରେ ବୁଲୁଥିବା ଘୂର୍ଣ୍ଣିବଳୟ ଫଳରେ ଅନେକ ଝଡ ତୋଫାନ ହୋଇଥିଲା ।

ଘୂର୍ଣ୍ଣିବଳୟ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି ଏବଂ କେତେ ପରିମାଣରେ କ୍ଷୟ ହୋଇଛି ତାର ସଠିକ ଆକଳନ କରାଯାଉଛି ବୋଲି ଫାଜିଲ୍ଲା ଡେପୁଟି କମିଶନର ସେନୁ ଡଗଗାଲ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଅଧିକାଂଶ ଘରର ଛାତ ଉଡିଯାଇଛି । ଏହି ଝଡତୋଫାନ ପାଇଁ ଲୋକ ମାନଙ୍କ ଛଡା କିଛି ଜୀବଯନ୍ତୁ ମଧ୍ୟ ଆଘାତ ପାଇଛନ୍ତି । ତେବେ ୧୦ ଜଣ ଆହତଙ୍କୁ ପାଖ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ସୁରକ୍ଷା ଦେବା ପାଇଁ ବିଏସଏଫ ସେନା ମାନଙ୍କୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.