fbpx
BSKY
BJD MC SKY
BJD MS SKY

Big Breaking; ନିର୍ବାଚନ ମଇଦାନକୁ ଓହ୍ଲାଇବେ ସୌମ୍ୟ: ଏହି ଆସନରୁ ବିଜେଡିକୁ ଦେବେ ଟକ୍କର

ଭୁବନେଶ୍ୱର: ବିଜୁ ଜନତା ଦଳ ଆଗାମୀ ନିର୍ବାଚନ ପାଇଁ ସମସ୍ତ ପ୍ରାର୍ଥୀ ଘୋଷଣା କରିସାରିଛି । ତେବେ ଏଥିରେ ବରିଷ୍ଠ ନେତା ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବାଦ୍ ଦେଇଛି ଶାସକ ଦଳ । କିନ୍ତୁ ବର୍ତ୍ତମାନ ସୌମ୍ୟ ପୁଣିଥରେ ନିର୍ବାଚନ ମଇଦାନକୁ ଫେରୁଥିବା ଘୋଷଣା କରିଛନ୍ତି । ଏଥର ନିର୍ବାଚନରେ ନିଜର ପୁରୁଣା ଦଳ ବିଜେଡି ବିରୋଧରେ ରଣହୁଙ୍କାର ଦେଇଛନ୍ତି ସୌମ୍ୟ । ୨୦୨୪ ସାଧାରଣ ନିର୍ବାଚନରେ ସୌମ୍ୟ ଘସିପୁରା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବେ ବୋଲି ଘୋଷଣା କରିଛନ୍ତି ।

ଆସନ୍ତା ନିର୍ବାଚନରେ ଘସିପୁରା ଆସନରୁ ନିର୍ବାଚନ ଲଢିବେ ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସମର୍ଥକଙ୍କ ସହ ବୈଠକ ପରେ ସେ ଏ ନେଇ ନିଷ୍ପତ୍ତି ନେଇଛନ୍ତି । ଏଥର ନିର୍ବାଚନରେ ବିଜେଡି ସୌମ୍ୟଙ୍କୁ ଟିକେଟ ଦେଇ ନଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିବା ପାଇଁ ରଣହୁଙ୍କାର ଦେଇଛନ୍ତି । ତେବେ ୨୦୧୯ ମସିହାରେ ଖଣ୍ଡପଡ଼ାରୁ ବିଜେଡି ଟିକେଟରେ ବିଧାୟକ ହୋଇଥିବା ବେଳେ ଏଥର ବିଜେଡି ବିରୋଧରେ ନିର୍ବାଚନ ଲଢିବେ ସୌମ୍ୟ ପଟ୍ଟନାୟକ । ଏଥର ନିର୍ବାଚନରେ ବିଜେଡି ଘସିପୁରାରୁ ବଦ୍ରି ନାରାୟଣ ପାତ୍ରଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ଶମ୍ଭୁନାଥ ରାଉତଙ୍କୁ ପ୍ରାର୍ଥୀ କରିଛି । ତେବେ ଏହି ଦୁଇ ହେଭିୱେଟ ନେତାଙ୍କ ବିରୋଧରେ ଏଥର ନିର୍ବାଚନ ରଣକ୍ଷେତ୍ରରେ ମୁହାଁମୁହିଁ ହେବେ ପୂର୍ବତନ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ।

Get real time updates directly on you device, subscribe now.