fbpx

(Video) ଭୁବନେଶ୍ଵରରେ ଭୋଟ ହିଂସା; ସ୍ୱାମୀ ଆଗରେ ସ୍ତ୍ରୀକୁ ଧମକ, ‘ଭୋଟ ଚାଲିଥିବ ତୋ ସ୍ୱାମୀକୁ….’

Advertisement

ଭୁବନେଶ୍ୱର: ଗଞ୍ଜାମ ପରେ ଭୁବନେଶ୍ୱରରେ ଭୋଟ ହିଂସା । କମିଶନରେଟ ପୋଲିସକୁ ଖୋଲା ଚ୍ୟାଲେଞ୍ଜ । ଭୋଟ ବେଳେ ମୁଣ୍ଡରୁ ଗଣ୍ଡିକୁ ଅଲଗା କରିବାକୁ ଧମକ। ଭୁବନେଶ୍ୱରରେ ସ୍ତ୍ରୀଙ୍କୁ ଟଣାଓଟରା କଲେ ସ୍ୱାମୀଙ୍କୁ ମାରିଲେ। ତତେ କିଏ ଆସି ବଞ୍ଚେଇବ ଦେଖିବୁ। ଇଲେକସନ ସରିଲେ ତୋ ପତା କେହି ପାଇବେ ନାହିଁ। ତୋ ମୁଣ୍ଡରୁ ଗଣ୍ଡିକୁ ଅଲଗା କରି ତତେ ସ୍ମାସ କରିଦେବେ। ହଁ ଆଜ୍ଞା, ରକ୍ତମୁଖା ହେଲାଣି ରାଜ୍ୟ ରାଜନୀତି।

ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ହତ୍ୟା ଠାରୁ ଆରମ୍ଭ କରି ଗଣ୍ଡୋଗଳ। କିଏ କାହାକୁ ମାରଣାସ୍ତ୍ରରେ ଆକ୍ରମଣ କଲାଣିତ ପୁଣି କିଏ କାହାକୁ ଠେଙ୍ଗାରେ ପିଟି ପିଟି ଛୋଟା କରି ଦେଲାଣି। ଆଉ ଏବେ ଗଞ୍ଜାମ ରାଜନୈତିକ ହିଂସା ପରେ ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ରାଜନୈତିକ ହିଂସା। କମିଶନରେଟ ପୋଲିସକୁ ମିଳିଛି କଡ଼ା ଚାଲେଞ୍ଜ। ଦିନରେ ମୁଣ୍ଡରୁ ଗଣ୍ଡିକୁ ଉଡ଼ାଇବା ପାଇଁ ଦିଆଯାଇଛି ଧମକ। କେହି କିଛି କରିପାରିବେ ନାହିଁ ବୋହି କହିଛନ୍ତି ଦୁର୍ବୃତ୍ତ।

ଏମିତି କିଛି ଅଭିଯୋଗ କ୍ୟାପିଟାଲ ଥାନାରେ। ଅଭିଯୋଗ ମୁତାବିକ ଏକାମ୍ର ମଧ୍ୟରେ ବିଧାୟକ ପ୍ରାର୍ଥୀ ରହିଛନ୍ତି ଜଗା ପ୍ରଧାନ । ତାଙ୍କ ପୋଷ୍ଟର ଅଭିଯୋଗକାରିଣୀ ଅର୍ଚ୍ଚିତା ଦାସଙ୍କ ଘର ଆଗରେ ଲାଗିଥିଲା । ତେବେ ଉକ୍ତ ପୋଷ୍ଟରକୁ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ଆସି ଚିରିଥିଲେ । ଯାହାକୁ ଅଟକାଇଥିଲେ ଅର୍ଚ୍ଚିତାଙ୍କ ସ୍ୱାମୀ। ହେଲେ ଦୁର୍ବୃତ୍ତ ମାନେ ତାଙ୍କୁ ମାଡ଼ ମାରିବା ସହ ଅର୍ଚ୍ଚିତାଙ୍କ ଠେଲାପେଲା କରିଥିଲେ । ଆଉ ଗାଳିଗୁଲଜ କରିବା ସହ ହତ୍ୟା କରିବା ପାଇଁ ଦମକ ଦେଇଥିଲେ । ଯାହାକୁ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ଅର୍ଚ୍ଚିତା ଏବଂ ତାଙ୍କ ସ୍ୱାମୀ।

ଅଭିଯୁକ୍ତ ମାନଙ୍କର ନାଁ ହେଉଛି ଚେନ୍ନା ରେଡ୍ଡି, ନାରାୟଣ ରେଡ୍ଡି, ମଧୁ ରେଡ୍ଡି, ଏବଂ ଲିଙ୍ଗା। ଏହି ମାନେ ହତ୍ୟା ପାଣି ଦେଇଛନ୍ତି ଧମକ ବୋଲି ଏଫଆଇଆରରେ ଲେଖା ରହିଛି। ଆସନ୍ତା ମେ୨୫ ତାରିଖରେ ରହିଛି ଭୁବନେଶ୍ୱରରେ ନିର୍ବାଚନ । ଏଥିରେ ସୁରକ୍ଷା ବ୍ୟବସ୍ଥା କମିଶନରେଟ ପୋଲିସ ପାଇଁ ଚ୍ୟାଲେଞ୍ଜ ପାଲଟି ପାରେ। କାରଣ ନିର୍ବାଚନ ପୂର୍ବରୁ ଦେଖିବାକୁ ମିଳିଲାଣି ହିଂସା। ଏତିକି ବେଳୁ ରୋକାନଗଲେ ଆଗକୁ ରାଜଧାନିରେ ଲାଗିବ ନିଆଁ। ଯାହାକୁ ନେଇ କମିଶନରେଟ ପୋଲିସ କରିଛି କଡ଼ା ସୁରକ୍ଷା।

Get real time updates directly on you device, subscribe now.