fbpx

ଆପଣଙ୍କ Sex Power କମ୍ କରିପାରେ ଏହି ସବୁ ଅଭ୍ୟାସ: ଅଣଦେଖା ନ କରି ତୁରନ୍ତ ବଦଳାନ୍ତୁ

Advertisement

ଓଡିଶା ଭାସ୍କର: ଆଜିକାଲି ଯେଉଁଭଳି ସବୁ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି ସେଥିରେ କେତେବେଳେ ବି ଜୀବନ ଯାଇପାରେ। ଏଣୁ ଜଣେ ସଚେତନ ବ୍ୟକ୍ତି ହିସାବରେ ଆପଣଙ୍କୁ ଶରୀରର ବିଭିନ୍ନ ଦିଗ ଆଡ଼କୁ ଧ୍ୟାନ ଦେବାକୁ ପଡିବ। ବିଶେଷକରି ବର୍ତମାନ ଯୁବପିଢ଼ିଙ୍କ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଦେଖାଦେଉଛି। ଯାହାକୁ ସେମାନେ ଅନ୍ୟ କାହା ଆଗରେ ପ୍ରକାଶ କରିବାକୁ ଲଜ୍ୟା ମନେ କରୁଛନ୍ତି। କିନ୍ତୁ ଏସବୁ ଏକ ଗୁରୁତ୍ୱପୂର୍ଣ୍ଣ ଓ ଚିନ୍ତାଜନକର ବିଷୟ। ତେବେ ଏହା ହେଉଛି କାମୋଦ୍ଦୀପକ ଶକ୍ତି ବା ସେକ୍ସ ପାୱାର ସମସ୍ୟା ଯାହା ପ୍ରାୟ ଅନେକ ଜଣକର ରହିଛି। କିନ୍ତୁ ସେମାନେ କାହା ଆଗରେ ପ୍ରକାଶ କରନ୍ତି ନାହିଁ, ଯେଉଁଥିପାଇଁ ତାଙ୍କୁ ଭବିଷ୍ୟତରେ ବହୁତ ବଡ଼ କ୍ଷତି ସହିବାକୁ ପଡିଥାଏ।

ସୂଚନା ଥାଉକି, କାମୋଦ୍ଦୀପକ ଶକ୍ତି(Sex Power)  କମିବା ଦ୍ୱାରା ମନ ଏବଂ ଶରୀର ସବୁବେଳେ ଦୁର୍ବଳ ଲାଗିଥାଏ। ସେହିପରି କାମନାର ଲାଳସା ଆପେ ଆପେ ମରି ଯାଇଥାଏ। ଆପଣଙ୍କ ପାର୍ଟନ୍‌ର ଆପଣଙ୍କ ଉପରେ ଖୁସ୍ ରହିନଥାନ୍ତି, ଯେଉଁଥିପାଇଁ ବିଭିନ୍ନ ବିବାଦ ମଧ୍ୟ ଦେଖା ଦେଇଥାଏ। ତେବେ ଏମିତି କିଛି ସମସ୍ୟାରେ ଆପଣ ପୀଡ଼ିତ ଅଛନ୍ତି କି? ଏ ସବୁ କାହିଁକି ଘଟୁଛି ତାହାର କାରଣ ଜାଣିଛନ୍ତି କି? ଯଦି ଜାଣି ନାହାନ୍ତି ଜାଣନ୍ତୁ ଏ ବିଷୟରେ।

କୋର୍ଟିସେଲ ହେଉଛି ଏକ ପ୍ରକାର ହର୍ମୋନ। ଯାହା ଶରୀରେର ଉତ୍ତେଜନା ସୃଷ୍ଟି କରିବାରେ ସହାୟ ହୋଇଥାଏ। ଯଦି ନିଦ ହେଉ ନଥିବ, ମନରେ ଟେନ୍‌ସନ୍‌ ରହୁଥିବ। ବିଳମ୍ବିତ ରାତି ପର୍ୟ୍ୟନ୍ତ ଉଜାଗର ରହୁଥିବେ। ଏଭଳି ହେବା ଫଳରେ ଆପଣଙ୍କ ଶରୀରରେର କୋର୍ଟିସେଲ ପ୍ରସ୍ତୁତ୍ ହେବାରେ ବ୍ୟତିକ୍ରମ ହେବ ଆଉ ଆପଣଙ୍କ ଉତ୍ତେଜନା କମି ଯିବ। ସେହିପରି ରାତିରେ ଠିକ୍ ଭାବେ ନ ଖାଇଲେ ମଧ୍ୟ ଏଭଳି ସମସ୍ୟାର ଆପଣ ପଡ଼ିପାରନ୍ତି। ତେଣୁ କରି ବିଛଣାକୁ ଯିବା ପୂର୍ବରୁ ଭଲ ଭାବେ ଖାଦ୍ୟ ଗ୍ରହଣ କରନ୍ତୁ। ଅନ୍ୟପଟେ ଯଦି ଆପଣ ନିୟମିତ ମଦ୍ୟପାନ କରୁଥିବେ ତା’ହେଲେ ମଧ୍ୟ ଆପଣଙ୍କ ସେକ୍ସ ପାୱାର କମିବା ଆଶଙ୍କା ରହିଛି। ଏଥିଲାଗି ଦିନକୁ ଗୋଟିଏ ପ୍ୟାକରୁ ଅଧିକ ମଦ ନ ପିଇବା ସବୁଠାରୁ ଭଲ।

Get real time updates directly on you device, subscribe now.