fbpx

ରାତିରେ ଲାଗୁନି କି ନିଦ ? ତେବେ ଆପଣାନ୍ତୁ ଏହିସବୁ ସରଳ ଉପାୟ

Advertisement

ସୁସ୍ଥ ଶରୀର ପାଇଁ ସୁଖ ନିଦ୍ରା ନିତ୍ୟାନ୍ତ ଆବଶ୍ୟକ । ନିଦର ପରିମାଣ ଓ ସମୟ ଠିକ ନରହିଲେ ତ୍ୱଚାର ଉଜ୍ବଳତା ହ୍ରାସ ପାଇବା ସହ ଅନେକ ପ୍ରକାର ରୋଗ ମଧ୍ୟ ମାଡିବସେ। ଆଜି ଆସନ୍ତୁ ଜାଣିବା ଏହି ଅନିଦ୍ରାରୁ ମୁକ୍ତି ପାଇବାର କିଛି ଉପାୟ…

ନିୟମିତ ବ୍ୟାୟମ କରନ୍ତୁ। ଏହା ଦ୍ୱାରା ଉତମ ନିଦ ହୋଇଥାଏ। ଅଥବା କିଛି ଶାରିରୀକ ପରିଶ୍ରମ କରନ୍ତୁ । ଯାହା ଦ୍ୱାରା ନିଜକୁ କ୍ଲାନ୍ତ ଅନୁଭବ ହେବ ।

ପ୍ରତିଦିନ ଏକ ନିୟମିତ ସମୟରେ ରାତିରେ ଶୁଅନ୍ତୁ ଓ ଉଠନ୍ତୁ।

ଶୋଇବା ପୂର୍ବରୁ ହାତ ଗୋଡ଼ ଓ ମୁହଁ ଭଲ ଭାବେ ଧୁଅନ୍ତୁ।ଦିନରେ ଅଧିକ ସମୟ ଶୁଅନ୍ତୁ ନାହିଁ।

ଆପଣଙ୍କୁ ଯଦି ରାତିରେ ନିଦ ହେଉନାହିଁ ତେବେ ଶୋଇବା ଘରର ସୁଗନ୍ଧ ଯୁକ୍ତ କିଛି ଦ୍ରବ୍ୟ ରଖନ୍ତୁ। ଶୋଇବା ସମୟରେ ରୁମକୁ ଅଧିକ ଆଲୋକିତ କରନ୍ତୁ ନାହିଁ।

ଶୋଇବା ସମୟରେ ମନରେ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ। ଏହାଦ୍ୱାରା ମସ୍ତିଷ୍କ ଶାନ୍ତ ରହିଥାଏ। କୌଣସି ପ୍ରକାରର ଖରାପ କିମ୍ବା ଦୁଶ୍ଚିନ୍ତା ଯୁକ୍ତ ଭାବନାକୁ ଏଡାଇବାକୁ ଚେଷ୍ଟା କରନ୍ତୁ ।

ଶୋଇବା ସମୟରେ ମୋବାଇଲକୁ ନିଜଠାରୁ ଦୂରରେ ରଖନ୍ତୁ। ଏହା ଆପଣଙ୍କ ନିଦ ଖରାପ କରିବାର ମୁଖ୍ୟ କାରଣ ସାଜି ପାରେ।

ଏହି ଅଭ୍ୟାସକୁ ଜାରି ରଖନ୍ତୁ ଦେଖିବେ ଧୀରେଧିରେ ଆପଣ ପୂର୍ବ ପରି ପୁଣି ଠିକ ସାମୟରେ ଓ ଠିକ ମାତ୍ରାର ଶୋଇ ପାରିବେ ।

Get real time updates directly on you device, subscribe now.