fbpx

ମୁକ-ବଧିର ଝିଅକୁ ଦୁଷ୍କର୍ମ ପରେ ପେଟ୍ରୋଲ ଢ଼ାଳି….; ଡାକ୍ତରଖାନାରେ ଆଖିବୁଜିଲା ପୀଡ଼ିତା

Advertisement

କରୌଲି: ରାଜସ୍ଥାନର କରୌଲି ଜିଲ୍ଲାର ଏକ ଡାକ୍ତରଖାନାରେ ୧୧ ଦିନର ଚିକିତ୍ସା ପରେ ରବିବାର ଜଣେ ମୁକ-ବଧିର ନାବାଳିକାଙ୍କ ମୃତ୍ୟୁ ଘଟିଛି। ପୋଲିସର ସୂଚନା ଅନୁଯାୟୀ, ହସ୍ପିଟାଲରେ ଜଣେ ମୁକ-ବଧିର ବିଶେଷଜ୍ଞଙ୍କ ଉପସ୍ଥିତିରେ ପୀଡ଼ିତା ବୟାନ ଦେଇଥିଲେ। ବୟାନରେ ନାବାଳିକା ଜଣକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଛି। ପୁଲିସ ସୂଚନା ଅନୁଯାୟୀ, ଫୋନରେ ଏକ ଡଜନରୁ ଅଧିକ ଫଟୋ ଦେଖାଇବା ପରେ ନାବାଳିକା ଜଣକ ନିଜ ପଡ଼ୋଶୀରେ ରହୁଥିବା ଅପରାଧୀକୁ ଚିହ୍ନଟ କରିଥିଲେ।

ନାଇ ମଣ୍ଡି ଥାନା ଅଧିକାରୀ ରାମ ଅବତାର ଯାଦବ ଗଣମାଧ୍ୟମକୁ ଫୋନ୍ ଯୋଗେ କହିଛନ୍ତି, “ମେ ୯ ତାରିଖରେ ପରିବାର ଲୋକେ ଘରଠାରୁ ପ୍ରାୟ ୧୦୦ ମିଟର ଦୂରରେ ଥିବା ଏକ କ୍ଷେତରୁ ମୁକ-ବଧିର ନାବାଳିକାକୁ ପୋଡ଼ି ଯାଇଥିବା ଅବସ୍ଥାରେ ଦେଖିଥିଲେ। ପୋଲିସ କହିଛି ଯେ ଏଫ୍ଏସ୍ଏଲ୍ ଟିମ୍ ପ୍ରମାଣ ସଂଗ୍ରହ କରିଛି ଏବଂ ଏକ ମେଡିକାଲ ବୋର୍ଡ ଦ୍ୱାରା ମୃତଦେହର ବ୍ୟବଚ୍ଛେଦ କରାଯାଇଛି। ଅଭିଯୁକ୍ତକୁ ହାଜତରେ ରଖି ପଚରାଉଚରା କରାଯାଉଛି।

ମୃତ ନାବାଳିକାର ବାପା କହିଛନ୍ତି, ଯେଉଁମାନେ ମୋ ପିଲାକୁ ହତ୍ୟା କରିଛନ୍ତି ସେମାନଙ୍କୁ ଗିରଫ କରି ଫାଶୀ ଦିଆଯାଉ। ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବା ବେଳେ ଫଟୋ ଦେଖିବା ପରେ ପୋଲିସ ଉପସ୍ଥିତିରେ ଜଣେ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଜବରଦସ୍ତ ଅନ୍ତିମ ସଂସ୍କାର କରିବା ପାଇଁ ପୁଲିସ ତାଙ୍କ ଉପରେ ଚାପ ପକାଉଛି ବୋଲି ବାପା ଅଭିଯୋଗ କରିଛନ୍ତି। ସେ କରୌଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଚିଠି ଲେଖିଛନ୍ତି।

Get real time updates directly on you device, subscribe now.