ବନକର୍ମଚାରୀଙ୍କୁ କିରୋସିନ ଢାଳି ଜାଳି ଦେଲା ସ୍ତ୍ରୀ, ଶରୀରର ୫୦ ଭାଗ ଆଉ ନାହିଁ

ଭୁବନେଶ୍ୱର : ସ୍ୱାମୀ ସ୍ତ୍ରୀକୁ ଜଳି ଦେବା, ହାଣି ଦେବା ବା ମାରି ଦେବା ଭଳି ଅନେକ ଘଟଣା ଶୁଣିଥିଲେ । କିନ୍ତୁ ଯାହା ଘଟିଛି ସମ୍ପୁର୍ଣ୍ଣ ନିଆରା । ପାରିବାରିକ କଳହ କରୁଣ ପରିଣତି ଦେଖିବାକୁ ମିଳିଛି । ସ୍ୱାମୀ ଦେହରେ କିରୋସିନି ଡାଳି ନିଅଁ ଲଗାଇ ଦେଇଛି ସ୍ତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡରେ ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ, କୌଣସି କଥାକୁ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ସ୍ତ୍ରୀ ସ୍ୱାମୀ ଦେହରେ କରୋସିନି ଡାଲି ନିଆଁ ଲଗାଇ ଦେଇଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ନିଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେତେବେଳକୁ ତାଙ୍କ ଶରୀର ୫୦ ପ୍ରତିଶତ ଜଳି ସାରିଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ଆହତ ବ୍ୟକ୍ତି ଜଣଙ୍କ ଅବସରପ୍ରାପ୍ତ ବନକର୍ମଚାରୀ ବୋଲି ଜଣାପଡିଛି । ତାଙ୍କ ସ୍ତ୍ରୀ ତାଙ୍କୁ ନିଆଁରେ ଜାଳି ମାରିଦେବାକୁ ଉଦ୍ୟମ କରିଥିଲା ବୋଲି ଆହତ ଅଭିଯୋଗ କରିଛନ୍ତି । ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ଏପର୍ଯ୍ୟନ୍ତ ନିଆଯାଇନାହିଁ ।