fbpx

କରୋନା ଯୁଦ୍ଧ ପାଇଁ ଜନବଳ, ଧନବଳ, ସାମଗ୍ରୀବଳ, ଜ୍ଞାନ ଓ କୌଶଳ ଲୋଡ଼ା: ବାଗଚୀ

ଭୁବନେଶ୍ୱର, ୨୮ା୪(ଓଡ଼ିଶା ଭାସ୍କର): କରୋନା ସମ୍ପର୍କିତ ଖବର ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନା ଯୁଦ୍ଧ ପାଇଁ ଜନବଳ, ଧନବଳ ସାମଗ୍ରୀବଳ, ଜ୍ଞାନ ଓ କୌଶଳ ଲୋଡ଼ା ରହିଛି । ୫ମାସ ତଳେ ମାନବଜାତିକୁ କରୋନା ଜଣାନଥିଲା । ଏହି କରୋନା ୫ମାସ ଭିତରେ ବିଶ୍ୱରେ ୩୧ଲକ୍ଷଙ୍କୁ ଆକ୍ରାନ୍ତ କରିଛି । କରୋନା ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ସରଞ୍ଜାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।
ଏହାସହ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ଦେଶ ଓ ଦେଶ ବାହାରୁ ମଧ୍ୟ ଉପକରଣ ଆମଦାନି କରାଯାଇଛି । ଓଡ଼ିଶାକୁ ଆହୁରି କୋବାସ ମେସିନ ଅଣାଯିବ । ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହୋଇଛନ୍ତି । ସବୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଦିନକୁ ରାଜ୍ୟରେ ୧୫ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।
ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ୨୩.୩% ରହିଛି ।
ସେହିପରି ଓଡ଼ିଶାରେ ୧୧୮ଜଣ ଆକ୍ରାନ୍ତ ଥିବା ବେଳେ ୩୭ଜଣ ସୁସ୍ଥ ହୋଇଛନ୍ତି ଓ  ଜଣଙ୍କର ମୃତ୍ୟୁ ହୋଇଛି । । ଏବେ ୮୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Get real time updates directly on you device, subscribe now.