fbpx

ଲଢୁଆ ବିମାନ ଉଡାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ସୂଚନା ଦେଲେ ମୁଖପାତ୍ର

ନୂଆଦିଲ୍ଲୀ: ଓଡିଶାର ପ୍ରଥମ ମହିଳା ଭାବେ ରାଷ୍ଟ୍ରପତି ହୋଇ ଇତିହାସରେ ନୂଆ ପରିଚୟ ସୃଷ୍ଟି କରିଛନ୍ତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଏହାପରେ ଆସନ୍ତା ଶନିବାର ସେ ଆଉ ଏକ ନୂଆ ଇତିହାସ ଲେଖିବାକୁ ଯାଉଛନ୍ତି । ଶ୍ରୀମତୀ ମୁର୍ମୁ ଉଡାଇବେ ଲଢୁଆ ବିମାନ । ଏ ନେଇ ଜଣେ ସରକାରୀ ମୁଖପାତ୍ର ସୂଚନା ଦେଇଛନ୍ତି । ତେବେ ଖୁବ ସ୍ୱଳ୍ପ ସମୟ ପାଇଁ ସେ ଏହି ବିମାନ ଉଡାଇବେ ବୋଲି ଜାଣିବାକୁ ମିଳିଛି ।

ମୁଖପାତ୍ରଙ୍କ କହିଛନ୍ତି ଯେ, ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏପ୍ରିଲ ୬ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ଆସାମ ଗସ୍ତରେ ଯାଉଛନ୍ତି । ତେବେ ଏହି ଗସ୍ତ ସମୟରେ ଆସାମ ତେଜପୁର ଏୟାରଫୋର୍ସ ଷ୍ଟେସନରୁ କିଛି ସମୟ ପାଇଁ ଲଢୁଆ ବିମାନ (ସୁଖୋଇ-୩୦ଏମକେଆଇ) ଉଡାଇବେ ବୋଲି ସେ ପ୍ରକାଶ କରିଛନ୍ତି । ତେବେ ଏହାପୂର୍ବରୁ ଏପ୍ରିଲ ୭ ତାରିଖରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ‘ଗଜ ଉତ୍ସବ-୨୦୨୩’ ଉଦଘାଟନ କରିବେ । ଏହାପରେ ଗୌହାଟିରେ ‘ମାଉଣ୍ଟ କାଞ୍ଚନଗଙ୍ଗା ଏକ୍ସପେଡିସନ-୨୦୨୩’ କାର୍ଯ୍ୟକ୍ରମରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି । ଏହାସହିତ ଗୌହାଟି ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ଉତ୍ସବରେ ସେ ସାମିଲ ହେବାର ଯୋଜନା ରହିଛି । ତେବେ ୮ ତାରିଖରେ ଶ୍ରୀମତୀ ମୁର୍ମୁ ଲଢୁଆ ବିମାନ ଉଡାଇବେ ।

ତାଙ୍କ ପୂର୍ବରୁ ଭାରତର ମହିଳା ରାଷ୍ଟ୍ରପତି ଭାବେ ଶ୍ରୀମତୀ ପ୍ରତିଭା ପାଟିଲ ୨୦୦୯ ନଭେମ୍ବର ୨୫ ତାରିଖରେ ଫାଇଟର ଜେଟ ଉଡାଇଥିଲେ । ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ. ଅବଦୁଲ କଲାମ ମଧ୍ୟ ୨୦୦୬ ମସିହା ଜୁନକ ୮ ତାରିଖ ପୁଣେ ବିମାନ ବନ୍ଦରରୁ ଏହି ଲଢୁଆ ବିମାନ ଉଡାଇଥିଲେ ।

Get real time updates directly on you device, subscribe now.