fbpx

ATM ରେ ଟ୍ରାଞ୍ଜାକ୍ସନ ପରେ କରିବାର ଅର୍ଥ କ’ଣ? ଜାଣି ନିଅନ୍ତୁ ଏହାର ଉଚିତ ବ୍ୟବହାର

ନୂଆଦିଲ୍ଲୀ: ଏଟିଏମ ମାଧ୍ୟମରେ ଟଙ୍କା ନେଣଦେଣ ବର୍ତ୍ତମାନ ଏକ ସାଧାରଣ କଥା ହୋଇଯାଇଛି । ତେବେ ଟ୍ରାଞ୍ଜାକ୍ସନ ପୂର୍ବରୁ ଏବଂ ପରେ ସମସ୍ତେ ମେସିନରେ ଥିବା ‘କ୍ୟାନ୍ସଲ’ ବଟନ୍ ଉପରେ କ୍ଲିକ କରିଥାନ୍ତି । ଏହା ସମସ୍ତଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି । ତେବେ ଆଣ ଜାଣିଛନ୍ତି କି ଏହାର ପ୍ରକୃତ ବ୍ୟହାର ? କାହିଁକି ଏବଂ କିପରି ବ୍ୟବହାର ହୋଇଥାଏ ଏଟିଏମ ମେସିନର ଏହି ବଟନ୍ । ତେବେ ଏହାର କାରଣ ହେଉଛି ଜଣେ ୟୁଜର ସୁନିଶ୍ଚିତ ହେବାକୁ ଚାହାନ୍ତି ଯେ ଟ୍ରାଞ୍ଜାକ୍ସନ ସିଷ୍ଟମରୁ ବାହାରି ଆସିଛନ୍ତି । ଅର୍ଥାତ୍ ବର୍ତ୍ତମାନ ପାସୱାର୍ଡ ବିନା ଅନ୍ୟ କୌଣସି ବ୍ୟକ୍ତି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ ।

୨ ବର୍ଷ ତଳେ କ୍ୟାନ୍ସଲ ବଟନ୍ କୁ ନେଇ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏଥିରେ କୁହାଯାଇଥିଲା ଯେ, ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ ପ୍ରଥମେ କ୍ୟାନ୍ସଲ ବଟନ୍ କୁ ଦୁଇ ଥର କ୍ଲିକ କରନ୍ତୁ । କାରଣ ଯଦି କୌଣସି ବ୍ୟକ୍ତି ଆପଣଙ୍କ ପାସୱାର୍ଡ ଚେରାଇବା ପାଇଁ ଟେ୍ ଅପ୍ ଲଗାଇଥିବେ, ତେବେ ଏହାଦ୍ୱାରା ତାହା କ୍ୟାନ୍ସଲ ହୋଇଯିବ । ଏହି ପୋଷ୍ଟକୁ ରିଜର୍ଭ ବ୍ୟାଙ୍କ ତରଫରୁ ଏକ ଆଦେଶ ଭାବେ ଭାଇରାଲ କରାଯାଇଥିଲା । କିନ୍ତୁ ଏହି ମାମଲା ଖୁବ ଭାଇରାଲ ହେବାରୁ ସରକାରଙ୍କୁ ଏ ନେଇ ସଫେଇ ଦେବାକୁ ପଡିଥିଲା । ତେବେ ପିାଇବି ତରଫରୁ ଏହି ପୋଷ୍ଟର ଫ୍ୟାକ୍ଟ ଚେକ୍ କରିବା ପରେ ଏହା ଏକ ଗୁଜବ ବୋଲି ଜଣା ପଡିଥିଲା ।

ଏହାପରେ ରିଜର୍ଭ ବ୍ୟାଙ୍କ ଟ୍ୱିଟରରେ ଏକ ପୋଷ୍ଟ କରିଥିଲେ । ଏଥିରେ କୁହାଯାଇଥିଲା ଯେ, ଆରବିଆଇ ନାମରେ ଭାଇରାଲ ହେଉଥିବା ଏହି ପୋଷ୍ଟ ଏକ ଗୁଜବ । କାରଣ ରିଜର୍ଭ ବ୍ୟାଙ୍କ ତରଫରୁ ଏଭଳି କୌଣସି ବୟାନ ଜାରି କରାଯାଇ ନାହିଁ । ତେବେ ଏହାପରେ ଟ୍ରାଞ୍ଜାକ୍ସନ ସୁରକ୍ଷା ରକିବା ପାଇଁ ୨ଟି ଉପାୟ କହିଥିଲେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ଟ୍ରାଞ୍ଜାକ୍ସନ କରିବା ସମୟରେ ଏହାକୁ ବ୍ୟକ୍ତିଗତ ଭାବରେ ଶେଷ କରିବା ଏବଂ ପିନ୍ କୋର୍ଡକୁ ସୁରକ୍ଷିତ ରଖିବା(କାର୍ଡ ଉପରେ ନ ଲେଖିବା) ଦ୍ୱାରା ଆପଣ ନିଜ ଟ୍ରାଞ୍ଜାକ୍ସନକୁ ସୁରକ୍ଷିତ ରଖିପାରିବେ ବୋଲି ରିଜର୍ଭ ବ୍ୟାଙ୍କ ତରଫରୁ କୁହାଯାଇଛି ।

କାରଣ ଏଟିଏମ ମେସିନ କୌଣସି ଟ୍ରାଞ୍ଜାକ୍ସନ ଶେଷ ହେବା ପରେ ସମସ୍ତ ତଥ୍ୟ ଡିଲିଟ କରି ଦେଇଥାଏ । ଏଥିପାଇଁ କ୍ୟାନ୍ସଲ ବଟନ୍ କ୍ଲିକ କରିବାର କୌଣସି ବାଧ୍ୟତମୂଳକ ନାହିଁ । ଏହାର ବ୍ୟବହାର ନ ହେଲେ ମଧ୍ୟ ଏଟିଏମରେ ଡାଟା ସେଭ ହୋଇ ରହିପାରିବ ନାହିଁ । କିନ୍ତୁ ଟ୍ରାଞ୍ଜାକ୍ସନ ଜାରି ରକିବା ପାଇଁ ଏଟିଏମରେ କ୍ୟାନ୍ସଲ କରିବାକୁ ପଚରାଯାଇଥାଏ । ତେବେ ଏଭଳି କ୍ଷେତ୍ରରେ ଏହାକୁ ନିଶ୍ଚୟ କ୍ୟାନ୍ସଲ କରନ୍ତୁ । ନଚେତ୍ ଟ୍ରଞ୍ଜାକ୍ସନ ପରେ ମେସିନ ଡିସପ୍ଲେରେ ହୋମ୍ ସ୍କ୍ରିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ । ହୋମ୍ ସ୍କ୍ରିନ ଆସିବା ପରେ କ୍ୟାନ୍ସଲ ବଟନ୍ ବ୍ୟବହାର କରିବାର କୌଣସି ଆବଶ୍ୟକତା ନାହିଁ ।

Get real time updates directly on you device, subscribe now.