fbpx

ବଡ଼ ଖବର: ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦରଙ୍କ କାର ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଗତକାଲି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରେନ ରିଜିଜୁଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଜମ୍ମୁ କଶ୍ମୀର ଗସ୍ତରେ ଯାଇଥିବା ସମୟରେ ରାମବନ ଜିଲ୍ଲାର ଜାତୀୟ ରାଜପଥରେ ଏକ ଟ୍ରକ ଅଚାନକ ତାଙ୍କ କାରକୁ ଧକ୍କା ଦେଇଥିଲା । ଉକ୍ତ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କର କୌଣସି କ୍ଷତି ଘଟିନଥିଲା । ତେବେ ଏହା ମଧ୍ୟରେ ଆଜି ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ବରିଷ୍ଠ କଂଗ୍ରେସ ନେତା ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଦାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ହୁଦାଙ୍କ ଗାଡ଼ି ଆଜି ସକାଳୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର କାର ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା । ଏକ ନୀଳ ଗାଈ ଅଚାନକ ତାଙ୍କ ଗାଡ଼ି ସାମ୍ନାକୁ ଚାଲିଆସିବା କାରଣରୁ ଏହି ଅଘଟଣ ଘଟିଥିଲା । ଭାଗ୍ୟବଶତଃ ହୁଦା ଏତେବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

କାର ଦୁର୍ଘଟଣାର ସମ୍ମୁଖୀନ ହେବା ସମୟରେ ଭୂପିନ୍ଦର ଆଗ ସିଟରେ ବସିଥିଲେ । ଭୂପିନ୍ଦରଙ୍କ ବ୍ୟତୀତ କାରରେ ପୂର୍ବତନ ମନ୍ତ୍ରୀ ଜୟପ୍ରକାଶ, ବୀରେନ୍ଦ୍ର ସିଂହ, ଧର୍ମବୀର ଗୋୟତ, ନରେଶ ସେଲବାଲ ମଧ୍ୟ ବସିଥିଲେ । ତେବେ ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିଲା । ଏହି ଦୁର୍ଘଟଣା ପରେ ହୁଦା ଏକ ଟ୍ୱିଟ କରି ଏ ବାବଦରେ ସୂଚନା ଦେଇଛନ୍ତି । ଈଶ୍ୱରଙ୍କ କୃପା ଓ ଜନସାଧାରଣଙ୍କ ଭଲପାଇବା କାରଣରୁ ସେ ଓ ତାଙ୍କ ଷ୍ଟାଫ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ସେ କହିଛନ୍ତି ।

Get real time updates directly on you device, subscribe now.