fbpx

ବ୍ରିଜ୍ ଭୁଶୁଡ଼ି ୨ ମୃତ

ପାଟଣାଗଡ଼, ୨୯ା୪(ଓଡ଼ିଶା ଭାସ୍କର): ବଲାଙ୍ଗୀର ସ୍ଥିତ ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ୨୦୧୫ମସିହାରେ ସୁକତେଲ ନଦୀ ଉପରେ ନିର୍ମାଣ କରାଯାଇଥିବା ବ୍ରିଜ ଭୁଶୁଡ଼ି ୨ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଏହାସହ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେଠାରେ ଦବି ଯାଇଥିବା ପୋଲର ମରାମତି କରାଯାଉଥିବା ବେଳେ ଏହିପରି ଅଘଟଣ ଘଟିଛି । ଏହାସହ ନିମ୍ନମାନର କାର୍ଯ୍ୟ ଯୋଗୁଁ ପୋଲ ଭୁଶୁଡ଼ିଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.