ରାଜ୍ୟରେ ଚଳିତ ବର୍ଷ ଆଦୌ ବିଦ୍ୟୁତ୍‍ କାଟ୍‍ ହେବ ନାହିଁ: ପ୍ରତିଶ୍ରୁତି ଦେଲେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଅନେକ ସ୍ଥାନରେ ବିଜୁଳି କାଟ୍‍ ହେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଛନ୍ତି । ତେବେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଆଜି କହିଛନ୍ତି, ଚଳିତ ବର୍ଷ ଆଦୌ ବିଦ୍ୟୁତ୍‍ କାଟ ହେବ ନାହିଁ । ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ବିଦ୍ୟୁତ୍‍ ଶକ୍ତି ରହିଛି । ଜନସାଧାରଣଙ୍କ ଚାହିଦା ମୁତାବକ ବିଜୁଳି ଶକ୍ତି ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ଦେବ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି ।

ଚଳିତ ବର୍ଷ ଗରମ ଫେବୃଆରୀ ମାସରୁ ରାଜ୍ୟରେ ପ୍ରବଳ ଖରା ଅନୁଭୂତ ହେଉଛି, ଆଗକୁ ମଧ୍ୟ ଏହା ଲାଗି ରହିବ। ତେବେ ପ୍ରତ୍ୟେକ ବର୍ଷ ପରି ଖରା ଦିନେ ବିଦ୍ୟୁତ କାଟ ହେବା ନେଇ ଲୋକ ମାନଙ୍କ ମନରେ ଆଶଙ୍କା ରହିଥିଲା। ଯାହାକୁ ନେଇ ରାଜ୍ୟ ସରକାର ଏବେ ସ୍ପଷ୍ଟ କରିଛନ୍ତି। ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ତାତି ଅନୁଭୂତ ହେଉଥିବା ବେଳେ ରାଜ୍ୟବାସୀଙ୍କ ପାଇଁ ଏହା ଏକ ଆଶ୍ବସ୍ତିକର ଖବର।

Get real time updates directly on you device, subscribe now.