fbpx

ଖୁସି ଖବର! ଏହି ଦିନ କୃଷକଙ୍କ ଖାତାକୁ ଆସିବ ପିଏମ କିସାନର ଯୋଜନାର ୧୪ତମ କିସ୍ତି: ଖୁବଶୀଘ୍ର ଘୋଷଣା

ନୂଆଦିଲ୍ଲୀ: ପିଏମ- କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର ଲକ୍ଷ ଲକ୍ଷ ଚାଷୀଙ୍କୁ ସହାୟତା ଯୋଗାଇ ଦେଉଛନ୍ତି ପ୍ରଧାନମନ୍ତ୍ରୀ । ଏହି ଯୋଜନାରେ କେନ୍ଦ୍ର ସରକାର ୧୩ଟି କିସ୍ତି ଦେଇ ସାରିଥିବା ବେଳେ ବର୍ତ୍ତମାନ ୧୪ତମ କିସ୍ତିକୁ ଅପେକ୍ଷା କରିଛନ୍ତି ଚାଷୀ । ତେବେ ଖୁବଶୀଘ୍ର ଏହି କିସ୍ତି ଚାଷୀଙ୍କ କାତାକୁ ଆସିବ ବୋଲି ଅନୁମାନ କରାଯାଉଛି । ଆସନ୍ତା କିଛି ଦିନ ଭିତରେ ଏ ନେଇ ଏକ ବଡ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର ।

କୃଷକମାନଙ୍କୁ ପିଏମ କିସାନ ଯୋଜନାର ୧୪ ତମ କିସ୍ତି ଖୁବଶୀଘ୍ର ପ୍ରାପ୍ତି ହେବାକୁ ଯାଉଛି । ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଜୁଲାଇ ମାସ ମଧ୍ୟରେ ଏହି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଆସିବ ବୋଲି ଅନୁମାନ କରାଯାଉଛି । ଫେବୃଆରୀରେ ଏହି ଯୋଜନାର ୧୩ତମ କିସ୍ତି ପାଇଥିଲେ ଦେଶର ଲକ୍ଷ ଲକ୍ଷ ହିତାଧିକାରୀ । ତେବେ ଏହାପରେ ୧୪ତମ କିସ୍ତି ଜୁଲାଇ ସୁଦ୍ଧା ସମସ୍ତଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରି ଦିଆଯିବ ବୋଲି କୁହାଯାଉଛି ।

ଚାଷୀମାନଙ୍କୁ କୃଷି କ୍ଷେତ୍ରରେ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ପ୍ରଣୟନ କରିଥିଲେ । ବର୍ଷକୁ ୩ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ମୋଟ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି । ଏଥିରେ ଦେଶର ୮୦ ଲକ୍ଷ କୃଷକ ଉପକୃତ ହେଉଛନ୍ତି ।

Get real time updates directly on you device, subscribe now.