fbpx

IIT BBSR ପକ୍ଷରୁ ନିଯୁକ୍ତି ସୁଯୋଗ: ୧୮ ହଜାର ଦରମା ସହିତ ଅନ୍ୟାନ୍ୟ ସୁବିଧା

ଚାକରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର ତରଫରୁ ଏକ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ଏପ୍ରିଲ ମାସ ୪ ତାରିଖରୁ ୧୯ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବାକୁ ପଡ଼ିବ । ଏହାପରେ ୨୪ ତାରିଖରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ଏପ୍ରିଲ ମାସ ୧୯ ତାରିଖ ସୁଦ୍ଧା ପ୍ରାର୍ଥୀଙ୍କର ବୟସୀ ସୀମା ୨୬ ବର୍ଷ ହୋଇଥିବା ଆବଶ୍ୟକ । ଓବିସି ବର୍ଗର ପ୍ରାର୍ଥୀଙ୍କ ପାଇଁ ବୟସୀ ସୀମା ୨୯ ବର୍ଷ ଏବଂ ଏସସି, ଏସଟି ଓ ପିଡି ବର୍ଗର ପ୍ରାର୍ଥୀଙ୍କର ପାଇଁ ବୟସ ସୀମା ୩୧ ବର୍ଷ ରହିଛି । ବୟସ କୋହଳ ଭାରତ ସରକାରଙ୍କ ନିୟମ ଅନୁଯାୟୀ ଧାର୍ଯ୍ୟ କରାଯିବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଲାଇବ୍ରେରୀ ଓ ସୂଚନା ବିଜ୍ଞାନରେ ମାଷ୍ଟର ଡିଗ୍ରୀ ରହିଥିବା ଆବଶ୍ୟକ । ଏଥିସହିତ ପ୍ରାର୍ଥୀଙ୍କର କମ୍ପ୍ୟୁଟର ଜ୍ଞାନ ରହିଥିବା ଆବଶ୍ୟକ ।

ଏହି ନିଯୁକ୍ତିରେ ସଫଳ ପ୍ରାର୍ଥୀଙ୍କୁ ମାସକୁ ୧୮ ହଜାର ଟଙ୍କା ଦରମା ସହିତ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ । ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ବିଜ୍ଞପ୍ତି ଲିଙ୍କକୁ ଯାଇ ସେମାନଙ୍କର ଆପ୍ଲିକେସନ ଫର୍ମ ଡାଉନଲୋଡ୍ କରିପାରିବେ । ପ୍ରାର୍ଥୀଙ୍କୁ ଲାଇବ୍ରେରୀ ପ୍ରୋଫେସନାଲ ଟ୍ରେନି ପଦରେ ନିଯୁକ୍ତି ଦିଆଯିବ ।

ଅନଲାଇନ୍ ଆବେଦନ ଲିଙ୍କ: https://recruitment.iitbbs.ac.in/Trainees/registration.php?post=Trainees

ନୋଟିଫିକେସନ ଲିଙ୍କ: https://recruitment.iitbbs.ac.in/Trainees/advt/postadvt_1680698048.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://recruitment.iitbbs.ac.in/

Get real time updates directly on you device, subscribe now.