fbpx

ଓଡିଶା ହାଇକୋର୍ଟରେ ଏବେ ବି ୫ ବର୍ଷର ୫୩% ମାମଲା ବାକି: ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ: ରାଜ୍ୟରେ ପ୍ରତିଦିନ ଅନେକ ପ୍ରକାରର ଘଟଣା-ଦୁର୍ଘଟଣା ସହ ଅପରାଧ ଘଟିଚାଲିଛି । ଏଥିରୁ ଅନେକ ମାମଲା ପୋଲିସ ଏବଂ ପରେ ମାନ୍ୟବର ହାଇକୋର୍ଟଙ୍କ ପାଖକୁ ମଧ୍ୟ ଯାଉଛି । ତେବେ ଇଣ୍ଡିଆନ୍ ଜଷ୍ଟିସ ରିପୋର୍ଟ-୨୦୨୨ରୁ ଜାଣିବାକୁ ମିଳିଛି ଏକ ଅଜବ ଏବଂ ଆଶ୍ଚର୍ଯ୍ୟକର ତଥ୍ୟ । ଗତ ୫ ବର୍ଷରେ ହାଇକୋର୍ଟରେ ରୁଜୁ ହୋଇଥିବା ଏହି ମାମଲା ଗୁଡିକ ମଧ୍ୟରୁ ୫୩% କେସ୍ ସମାଧାନ କରାଯାଇ ନାହିଁ । ଇଣ୍ଡିଆନ ଜଷ୍ଟିସ ରିପୋର୍ଟ-୨୦୨୨ର ତୃତୀୟ ସଂସ୍କରଣରେ ଏ ସମ୍ପର୍କରେ ଉଲ୍ଲେଖ କରାଯାଇଛି ।

ମଙ୍ଗଳବାର ପ୍ରକାଶ ପାଇଛି ଇଣ୍ଡିଆନ ଜଷ୍ଟିସ ରିପୋର୍ଟ ୨୦୨୨ । ତେବେ ଗତ ୫ ବର୍ଷ ମଧ୍ୟରେ ହାଇକୋର୍ଟରେ ବିଚାରାଧୀନ ରହିଥିବା ସମସ୍ତ ମାମଲା ମଧ୍ୟରୁ ମାତ୍ର ୪୭% ମାମଲାର ସମାଧାନ କରାଯାଇ ପାରିଛି । ଅନ୍ୟ ୫୩% କେସ୍ ଗୁଡିକର ଏପର୍ଯ୍ୟନ୍ତ ମିମାଂଶା ହୋଇନାହିଁ । ସେହିପରି ଗତ ୫-୧୦ ବର୍ଷ ମଧ୍ୟରେ ୨୫%, ୧୦-୨୦ବର୍ଷ ମଧ୍ୟରେ ୧୭% ଏବଂ ୨୦ବର୍ଷରୁ ଅଧିକ ହେବ ୪% ମାମଲାର ବିଚାର କରିବାରେ ଏପର୍ଯ୍ୟନ୍ତ ଫେଲ ମାରିଛନ୍ତି ହାଇକୋର୍ଟ । ଏହାବ୍ୟତୀତ ଯଦି ନିଯୁକ୍ତି ବିଷୟରେ କୁହାଯାଏ, ତେବେ ହାଇକୋର୍ଟରେ ଏବେ ବି ୩୩% ବିଚାରପତି ପଦୀ ସହିତ ୨୮% କର୍ମଚାରୀ ପଦବୀ ଖାଲି ପଡିଛି ।

ସେହିପରି ଅତିରିକ୍ତ ଅଦାଲତରେ ୨୦% ବିଚାରପତି ପଦ ଏବେ ମଧ୍ୟ ଫାଙ୍କା ରହିଛି । ନ୍ୟାୟିକ ସହାୟତାରେ ଏହି ବର୍ଷ ଗୁଡିକରେ ଓଡିଶାର ବଜେଟ ୮୮% ରହିଛି । ସମସ୍ତ ରାଜ୍ୟର ପୋଲିସ, ବିଚାର ବ୍ୟବସ୍ଥ, କାରାଗାର ଏବଂ ନ୍ୟାୟିକ ସହାୟତାର ତଥ୍ୟ।।ବଳିକୁ ଅଧାର କରି ଏହି ପ୍ରସ୍ତୁତ କରାଯାଇଛି ।

Get real time updates directly on you device, subscribe now.