fbpx

ମୋଦି ଦେବେ ୧୫ ଲକ୍ଷ ଟଙ୍କା: ୧୪ତମ କିସ୍ତି ପୂର୍ବରୁ ଚାଷୀଙ୍କୁ ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ସମସ୍ତ ଚାଷୀ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୪ତମ କିସ୍ତିକୁ ଅପେକ୍ଷା କରି ରହିଛନ୍ତି । ଚଳିତ ଏପ୍ରିଲ ମାସରୁ ଜୁଲାଇ ମଧ୍ୟରେ ଏହି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିପାରିବ ବୋଲି କୁହାଯାଉଛି । କିନ୍ତୁ ଏହା ପୂର୍ବରୁ ଯୋଜନାରେ ଅନ୍ତର୍ଭୁକ୍ତ କୃଷକମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆଣିଛନ୍ତି ବଡ ଉପହାର । ଆଉ ଏକ ନୂଆ ଯୋଜନାରେ ଚାଷୀମାନଙ୍କୁ ସରକାରଙ୍କ ଦ୍ୱାରା ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହି କୃଷକମାନଙ୍କ ଆମଦାନୀ ବୃଦ୍ଧି କରିବା ପାଇଁ ଲଗାତାର ଚେଷ୍ଟା ଜାରି ରହିଛି ।

ସୂଚନା ଅନୁସାରେ, ଦେଶରେ କୃଷିକୁ ପ୍ରାଧାନ୍ୟ ଦେବା ସହ ଚାଷୀମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରୁଛନ୍ତି । ବର୍ତ୍ତମାନ ଏହିପରି ଏକ ଯୋଜନା ଅଧୀନରେ ଏଗ୍ରିକଲଚର ବିଜନେସ ଆରମ୍ଭ କରିବା ପାଇଁ କୃଷକମାନଙ୍କୁ ୧୫ ଲକ୍ଷ ଟଙ୍କା ଦିଆଯିବ । କୃଷି କ୍ଷେତ୍ରରେ ଚାଷୀମାନଙ୍କୁ ସଫଳତା କରିବା ପାଇଁ ପ୍ରଧାନମନ୍ତ୍ରୀ ପିଏମ କିସାନ ଏଫପିଓ ଯୋଜନାରେ ଆର୍ଥିକ ସହାୟତା ଦେଉଛନ୍ତି କେନ୍ଦ୍ର ସରକାର । ଯୋଜନା ଅଧୀନରେ କୃଷକ ପ୍ରଡକ୍ସନ ଅର୍ଗାନାଇଜେସନକୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ତେବେ ଦେଶର ସମସ୍ତ ଚାଷୀମାନଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ତେବେ ଏଥିପାଇଁ ୧୧ ଜଣ କୃଷକଙ୍କୁ ମିଶି ଗୋଟିଏ ଅର୍ଗାନେଇଜେସନ ଠିଆ କରିବାକୁ ପଡିବ । କୃଷି ସହ ଜଡିତ ଉପକରଣ କିମ୍ବା ଫର୍ଟିଲାଇଜର, ବୀଜ ଏବଂ ଔଷଧ ଇତ୍ୟାଦି କିଣିବା ପାଇଁ ଏହି ଟଭ୍କା ସାହାଯ୍ୟ କରିବ ।

କିପରି କରିବେ ଆବେଦନ?

  • ପ୍ରଥମେ ରାଷ୍ଟ୍ରୀୟ କୃଷି ବଜାରର ଅଫିସିଆଲ ୱେବସାଇଟକୁ ଯାଆନ୍ତୁ
  • ହୋମ୍ ପେଜରେ ଥିବା ଏଫପିଓ ଅପ୍ସନରେ କ୍ଲିକ କରନ୍ତୁ
  • ଏଠାରେ ରେଜିଷ୍ଟ୍ରେସନର ଅପ୍ସନ ରେ କ୍ଲିକ କରନ୍ତୁ ଏବଂ ଏହାପରେ ଫର୍ମ ଉପଲବ୍ଧ ହୋଇଯିବ ।
  • ଫର୍ମରେ ମଗାଯାଇଥିବା ସମସ୍ତ ତଥ୍ୟ ସଠିକ ଭାବରେ ପ୍ରଦାନ କରନ୍ତୁ
  • ଏହାପରେ ପାସବୁକ କିମ୍ବା କ୍ୟାନ୍ସଲ ଚେକ କିମ୍ବା ଆଇଡି ସ୍କାନ କରି ଅପଲୋଡ କରନ୍ତୁ
  • ଶେଷରେ ସବମିଟ ଉପରେ କ୍ଲିକ କରନ୍ତୁ

Get real time updates directly on you device, subscribe now.