fbpx

NMC ନାମରେ ଜାରି ହେଉଛି ଫର୍ଜି ଆଲଟମେଣ୍ଟ ଲେଟର: ସାବଧାନ ରୁହନ୍ତୁ ଛାତ୍ରଛାତ୍ରୀ ଓ ଅଭିଭାବକ, ଜାରି ହେଲା ନୋଟିସ୍

ନୂଆଦିଲ୍ଲୀ: ଦିନକୁ ଦିନ ଛାତ୍ରଛାତ୍ରୀମାନେ ନୂଆ ନୂଆ ଉପାୟରେ ଠକେଇର ଶିକାର ହେଉଥିବା ଦେଖାଯାଉଛି । ଏମବିବିଏସ ସିଟ ଆଲଟମେଣ୍ଟ ପାଇଁ ନକଲି ଆଲଟମେଣ୍ଟ ଲେଟର ଜାରି କରାଯାଉଛି । ଏପରିକି ଏହି ନକଲି ଆଲଟମେଣ୍ଟ ଲେଟରରେ ନ୍ୟାସନାଲ ମେଡିକାଲ ଆୟୋଗ (ଏନଏମସି)ଙ୍କ ସଚିବଙ୍କ ହସ୍ତାକ୍ଷର ମଧ୍ୟ ରହିଥିବା ଦେଖିବାକୁ ମିଳୁଛି । ଏନେଇ ସଚେତନ ରହିବାକୁ ଆୟୋଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଚେତାବନୀ ଜାରି କରାଯାଇଛି ।

ଆୟୋଗ ଅନୁଯାୟୀ, ଏମଏମସି କି ଏହାର ବୋର୍ଡ ମେଡିକାଲ କଲେଜରେ ଆଡମିଶନ ପାଇଁ କିମ୍ବା ମେଡିକାଲ କଲେଜ ଆଲଟମେଣ୍ଟ ପ୍ରୋସେସରେ ସାମିଲ ହେବା ପାଇଁ କୌଣସି ପତ୍ର ଜାରି କରେ ନାହିଁ । ତେଣୁ ଛାତ୍ରଛାତ୍ରୀ ଓ ପିତାମାତା ଏହି ଧୋକ୍କାବାଜୀରୁ ବର୍ତ୍ତିବା ପାଇଁ ଏନଏମସି ପକ୍ଷରୁ ପରାମର୍ଶ ଦିଆଯାଇଛି । ଏମବିବିଏସ ପାଠ୍ୟକ୍ରମ ପାଇଁ ସିଟ ଆଲଟମେଣ୍ଟ ପାଇଁ ଫର୍ଜି ଆଲଟମେଣ୍ଟ ଲେଟରରେ ଏନଏମସି ସଚିବଙ୍କ ହସ୍ତାକ୍ଷର ରହିଥିବା ନେଇ ଜଣାପଡ଼ିବା ପରେ ଏନେଇ ସତର୍କ ରହିବାକୁ ଆୟୋଗ କହିଛନ୍ତି ।

ତେଣୁ ଆୟୋଗଙ୍କ ଅଧିକାରୀଙ୍କ ନାମରେ ଜାରି ହେଉଥିବା ଏହି ପତ୍ରକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ସାବଧାନ ରହିବାକୁ କୁହାଯାଇଛି । ଆୟୋଗଙ୍କ ଛବିକୁ ଖରାପ କରିବା ନେଇ କିଛି ଅସାମାଜିକ ପ୍ରକୃତିର ବ୍ୟକ୍ତି ପ୍ରୟାସ କରୁଛନ୍ତି । ମେଡିକାଲ ପେଶା ପାଇଁ ଉଚ୍ଚତମ ନୈତିକ ମାନ ଉପରେ ଦୃଷ୍ଟି ଦିଆଯାଉଛି ବୋଲି ଏନଏମସି ପକ୍ଷରୁ କୁହାଯାଉଛି । ତେବେ ଏନଏମସିର ଏହି ଚେତାବନୀ ମେଡିକାଲ କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଶିକ୍ଷା ।

Get real time updates directly on you device, subscribe now.